News

ଭାରତୀୟ ବାୟୁସେନାର ସାମିଲ ହେଲା ‘ଚିନୁକ୍ ହେଲିକପ୍ଟର’

ଚିନୁକ୍ ହେଲିକପ୍ଟର  ଜରିଆରେ ଆମେରିକା ଆତଙ୍କବାଦୀ ଲାଦେନର ବିନାଶ ହୋଇଥିଲା…

ଭାରତୀୟ ବାୟୁ ସେନା  ନିଜର ଶକ୍ତି ବୃଦ୍ଧି କରିଛି । ଆଜି ଭାରତୀୟ ବାୟୁସେନା ସାମ୍ରାଜ୍ୟରେ ଚିନୁକ୍  ହେଲିକପ୍ଟର ସାମିଲ ହୋଇଛି । ଏହି ହେଲିକପ୍ଟର ଜରିଆରେ ଆମେରିକା ଆତଙ୍କବାଦୀ ଲାଦେନର   ବିନାଶ କରିଥିଲା । ଆମେରିକା କ୍ମପାନୀ ବୋଇଂ ଦ୍ୱାରା ନିର୍ମିତ 4ଟି ଚିନୁକ ସିଏଚ-47ଆଇ  ହେଲିକପ୍ଟର ଆଜି ଭାରତ ଆସିଛି । ଏଭଳି 15ଟି ହେଲିକପ୍ଟର ଭାରତ କିଣିଛି ।

ବାୟୁସେନା ମୁଖ୍ୟ ମାର୍ସାଲ୍‌ ବିଏସ୍‌ ଧନୋଆ  ଏହି ହେଲିକପ୍ଟର୍‌ଗୁଡ଼ିକୁ ବାୟୁସେନାରେ ସାମିଲ କରାଯାଇଛନ୍ତି। ସମୁଦ୍ର ପତ୍ତନ ଠାରୁ ବହୁ ଉଚ୍ଚତାରେ ଅବସ୍ଥିତ ସ୍ଥାନଗୁଡ଼ିକରେ ସୈନିକ ଏବଂ ଯନ୍ତ୍ରପାତି ପରିବହନ ନିମନ୍ତେ ବ୍ୟବହାର କରାଯିବ।  ୨୩, ୦୦୦ କିଲୋଗ୍ରାମ୍‌ ଓଜନ ଉଠାଇ ଏହା ଘଣ୍ଟାପ୍ରତି ସର୍ବାଧିକ ୩୦୨ କିଲୋମିଟର୍‌ ବେଗରେ ଗତି କରିବ। ୧୫ ଚିନୁକ ହେଲିକପ୍ଟର୍‌ ସକାଶେ ଭାରତ ସେପ୍ଟେମ୍ବର ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକା ସହ ୧. ୫ ବିଲିୟନ୍‌ ଡଲାର୍‌ ରାଜିନାମା ସ୍ୱାକ୍ଷର କରିଥିଲା। ଏହି ହେଲିକପ୍ଟର୍‌ ବ୍ୟବହାର କରିବାରେ ଭାରତ ହେଉଛି ବିଶ୍ୱର ୧୯ତମ  ଦେଶ।

ପଢନ୍ତୁ: ପାକିସ୍ତାନର ହୀନ କାର୍ଯ୍ୟ: ଅପହରଣ ପରେ ହିନ୍ଦୁ ଝିଅର କରିଲେ ଧର୍ମାନ୍ତରୀକରଣ

Related posts

ଇମ୍ରାନଙ୍କ ଅନୁମତି: ପାକିସ୍ତାନ ବାୟୁସୀମା ଦେଇ ବିସ୍କେକ୍‌ ଯିବେ ମୋଦି

Ratnamani Moharana

ଦୌଲତାବାଦରେ ନଦୀକୁ ଖସିଲା ବସ୍‌, ୩୬ ମୃତ

ENO Beuro

କାଳବୈଶାଖୀ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଆଶଙ୍କା

ENO Beuro

Leave a Comment