News

ପାକର ଏଫ – ୧୬ ବିମାନ ଖସାଇଛି ଭାରତ: ଭାରତୀୟ ବାୟୁସେନାର ଅକାଟ୍ୟ ପ୍ରମାଣ

ରାଡାର ଇମେଜ୍ ଉପସ୍ଥାପନ କରି ପ୍ରମାଣ ଦେଲା ଭାରତୀୟ ବାୟୁସେନା

ବାଲାକୋଟ୍‌ କାର୍ଯ୍ୟାନୁଷ୍ଠାନ  ପରେ ପାକିସ୍ତାନ ସହ ଛକାପଞ୍ଝା ବେଳେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏଫ୍‌-୧୬  ଯୁଦ୍ଧ ବିମାନକୁ ଖସାଇଥିଲେ। ଆଜି ରାଡାର ଇମେଜ୍  ଉପସ୍ଥାପନ କରି ବାୟୁସେନା ଏହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ତ ସନ୍ଦେହକୁ ଦୂର କରିଦେଇଛି। ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଫେବୃଆରୀ ୨୭ରେ ନୌଶେରା ସେକ୍ଟରରେ ଭାରତ ଓ ପାକ୍‌ ବିମାନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ହିଁ ଭାରତର ମିଗ୍‌-୨୧ ବାଇସନ୍ ହିଁ ପାକ୍‌ର ଏଫ୍-୧୬  ଜେଟ୍‌କୁ ଖସାଇ ଦେଇଥିଲା। ଆକାଶ ମାର୍ଗରେ ଲଢ଼େଇ ପରେ ଦୁଇଟି ବିମାନରୁ ପାଇଲଟ୍‌ ଇଜେକ୍ଟ କରିଥିଲେ। ୮ରୁ ୧୦ କିମି ବ୍ୟବଧାନ ମଧ୍ୟରେ ଦୁଇଟି ବିମାନର ପାଇଲଟ୍‌ ଆକାଶ ଛତା ଦ୍ୱାରା ତଳକୁ ଓହ୍ଲାଇଥିଲେ। ଗୋଟିଏ ବିମାନ ଭାରତ ମିଗ୍‌-୨୧ ବାଇସନ ହୋଇଥିବା ବେଳେ ଅନ୍ୟଟି ହେଉଛି ପାକିସ୍ତାନର ଏଫ୍‌-୧୬। ଆମ ଦ୍ୱାରା ସଂଗୃହୀତ ହୋଇଥିବା ଇଲେକଟ୍ରନିକ ସିଗନେଚର  ସେଦିନ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ପ୍ରମାଣିତ କରୁଛି।

ସେହିପରି ପାକିସ୍ତାନର ସମସ୍ତ F-16 ସୁରକ୍ଷିତ ଥିବା ନେଇ ଏକ ଆମେରିକା ଜର୍ଣ୍ଣାଲ  ଖବର ପ୍ରକାଶ କରିଥିଲା। ତେବେ ଭାରତୀୟ ବାୟୁସେନା ଏହି ରିପୋର୍ଟକୁ ଅଗ୍ରାହ୍ୟ କରିବା ସହ ପ୍ରମାଣ  ସ୍ୱରୂପ ରାଡାର ଇମେଜ୍ ଜାରି କରିଛି।

ପଢନ୍ତୁ: ମତଦାନ ଦିବସକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Related posts

ଚୀନର ଏହି ଯୋଜନା ସଫଳ ହୋଇଗଲେ , ଭାରତ ଉପରକୁ ବିପଦ ଘନେଇ ଆସିପାରେ

ENO Beuro

ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ENO Beuro

ଦୁର୍ଘଟଣା ରୋକିବା ପାଇଁ ଆମେରିକାରେ ପ୍ରସ୍ତୁତ ହେବାକୁ ଯାଉଛି ନୂତନ ଜ୍ଞାନକୌଶଳ

ENO Beuro

Leave a Comment