News

ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ଶ୍ରେଷ୍ଠ ସାମରିକ ସମ୍ମାନ ‘ବୀର ଚକ୍ର’

ପୁଲୱାମ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ପାକିସ୍ତାନ  ଉପରେ କରିଥିଲା ଏୟାର ଷ୍ଟ୍ରାଇକ । ଏହି ଏୟାର ଷ୍ଟ୍ରାଇକରେ  ମିରାଜ-୨୦୦୦ର ପାଇଲଟ୍ ଅଭିନନ୍ଦନ ଫେବ୍ରୁଆରି ୨୭ରେ ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଅଭିନନ୍ଦନଙ୍କୁ କିଏ ବା ଭୁଲିପାରିବ। ପାକିସ୍ତାନର ଅକଥନୀୟ ଅତ୍ୟାଚାରକୁ ସହି ମଧ୍ୟ ସେ ବୀର ପରି ଫେରିଥିଲେ ଭାରତ। ତେବେ  ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଏବେ ଫିଟ୍‌ ହୋଇ ପୁଣିଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ସଜବାଜ ହେଲେଣି ।

 

ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମାନ । ଅଭିନନ୍ଦନଙ୍କୁ ସମ୍ମାନିତ କରିବା ଲାଗି ବାୟୁ ସେନା ପକ୍ଷରୁ ସୁପାରିସ କରାଯାଇଛି। ବୀର ଚକ୍ର ହେଉଛି ତୃତୀୟ ବୃହତ୍ତମ ସାମରିକ ସମ୍ମାନ। ଆମେରିକାରେ ନିର୍ମିତ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଖସାଇ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଯୁଦ୍ଧ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମିଳୁଥିବା ଆୱାର୍ଡ ମଧ୍ୟରେ ‘ବୀର ଚକ୍ର’ ତୃତୀୟରେ ଆସେ  । ପୂର୍ବରୁ ଅଭିନନ୍ଦନ ଶ୍ରୀନଗର ଏୟାର ବେସ୍‌ରେ  ଅବସ୍ଥାପିତ ଥିଲେ । ତାଙ୍କୁ ପଶ୍ଚିମୀ ସେକ୍ଟରରେ କୌଣସି ଏକ ସ୍ଥାନରେ ତଥା ପାକିସ୍ତାନ ବର୍ଡରରେ ତାଙ୍କୁ ଅବସ୍ଥାପିତ କରିବ ଆଇଏଏଫ୍‌ ।

ପଢନ୍ତୁ: ଭୁବନେଶ୍ଵରରେ ନିର୍ବାଚନୀ ହିଂସା: ଜଗନ୍ନାଥ ଓ ଅନନ୍ତଙ୍କୁ ବୋମା ମାଡ

Related posts

ମସୁଦ ଆଜାହାରକୁ ସୁରକ୍ଷା ଦେଉଛି ଚୀନ: ଭିଟୋ କ୍ଷମତାର ଉଠାଉଛି ଫାଇଦା

Ratnamani Moharana

ସାତ ଦିନିଆ ଭାରତ ଗସ୍ତରେ କାନାଡ଼ା ପ୍ରଧାନମନ୍ତ୍ରୀ : ସପରିବାରଙ୍କ ସହ ପରିଦର୍ଶନ କଲେ ତାଜମହଲ

ENO Beuro

ଜୁଲାଇ ୨୮ ଏବଂ ୨୯ ରେ ଲକ୍ଷ୍ନୌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ENO Beuro

1 comment

Leave a Comment