EnewsOdia.Com

ପାକିସ୍ତାନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ

ଜାମ୍ମୁ-କାଶ୍ମୀରର ତଙ୍ଗଧାର ସେକ୍ଟରରେ ଗର୍ଜୁଥିଲା ଆର୍ଟିଲାରି ଗନ୍ । ପଡୋଶୀକୁ ପାନେ ଦେବା ପାଇଁ ଗୁଳିଗୋଳା ମାଡକୁ ଜୋରଦାର କରିଥିଲା ଭାରତୀୟ ସେନା । ଟାର୍ଗେଟରେ ରହିଥିଲା ନିୟନ୍ତ୍ରଣ ରେଖା ଆରପଟେ ଥିବା ପାକିସ୍ତାନ ଅଧିକୃତ କାଶ୍ମୀର । ପିଓକେର ଲିପା ଘାଟିରେ ଥିବା ଏକାଧିକ ଆତଙ୍କୀ ଶିବିରକୁ ଲକ୍ଷ୍ୟ କରି ଏହିଭଳି ଜୋରଦାର ହୋଇଥିଲା ଗୁଳିଗୋଳା ମାଡ ।

ବିଶେଷ କରି ଲିପା ଘାଟି ସହ ପିଓକେର ଜୁରା, ଅଥମୁକମ୍ ଓ କୁନ୍ଦଲସାହିରେ ଥିବା ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରିବାକୁ ଏସବୁ ଲଙ୍ଗରେଞ୍ଜ ଆର୍ଟିଲାରି ଗନରେ ପ୍ରବଳ ଗୁଳିଗୋଳା ମାଡ କରାଯାଇଛି । ୨୨ ଜଣ ଆତଙ୍କବାଦୀଙ୍କ ସହ ୫ ପାକ୍ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଦୁଇ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଭାରତୀୟ ସେନା । ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି । ନିୟନ୍ତ୍ରଣ ରେଖା ଆରପଟେ ପିଓକେରେ ପ୍ରବଳ କ୍ଷୟକ୍ଷତି ଘଟାଇଛି ସେନା । ପାକ୍ ଅଧିକୃତ କାଶ୍ମୀରରେ ୪ଟି ଆତଙ୍କୀ ଶିବିର ସହ ଏକାଧିକ ସେନା ଶିବିରର ଟାର୍ଗେଟ ଉଡାଇ ଦେଇଛି ଭାରତୀୟ ସେନା । ୨୨ ଜଣ ଆତଙ୍କବାଦୀଙ୍କ ସହ ୫ ପାକ୍ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଶନିବାର ସଂଧ୍ୟାରୁ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ ଚଳାଇଛି ପାକିସ୍ତାନ ।

ପଢନ୍ତୁ: ହ୍ୱାଟ୍ସଆପ, ଫେସବୁକରେ ଲାଗିଲା ଟ୍ୟାକ୍ସ

ସମ୍ବନ୍ଧିତ ଖବର

ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲାରେ ୨୪ ଘଣ୍ଟା ଭିତରେ କୋଟିଏ ଟଙ୍କାର ଜରିମାନା

Ratnamani Maharana

ଅର୍ଦ୍ଦେନ୍ଦୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ପଲ୍ଲବୀ

Ratnamani Maharana

‘କାଳିଆ’ ପାଇଁ ସ୍ଵାମୀ-ସ୍ତ୍ରୀ ଅଲଗା

Ratnamani Maharana

ଆମ୍ବୁଲାନ୍ସ ପାଇଁ ଅଟକିଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

Ratnamani Maharana

କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ

Ratnamani Maharana

ଓଡିଶା ମୁହାଁ ଆଉ ଏକ ବାତ୍ୟା

Ratnamani Maharana