EnewsOdia.Com

ଆଜି ହେଉଛି ସ୍ଥଳସେନାର ୭୨ ତମ ପ୍ରତିଷ୍ଠା ଦିବସ

୧୫ ଜାନୁଆରୀ ସକାଳ ସାରା ଦେଶରେ ରଙ୍ଗବେରଙ୍ଗର ଗୁଡି ଉଡୁଥିବା ବେଳେ ସେନା ମଧ୍ୟ ତ୍ରିରଙ୍ଗାକୁ ଉଡାଇ ଉତ୍ସବ ପାଳିଛି । ଦୁଇ ଦୁଇଟି ପର୍ବକୁ ସାରା ଦେଶ ପାଳନ କରୁଛି । ଖାଲି ମକର ସଂକ୍ରାନ୍ତି ନୁହଁ ଆଜି ହେଉଛି ସେନା ଦିବସ ।  ଭାରତ ଆଜି ୭୨ ତମ ସେନା ଦିବସ ପାଳନ କରୁଛି। ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସେନା ଦିବସ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାର ସାହାସକୁ ସଲାମ କରିବା ସହ ଯବାନ ଏବଂ ତାଙ୍କ ପରିବାରକୁ ଶୁଭକାମନା ଜଣାଇଛନ୍ତି। ସେନାର ତ୍ୟାଗ ଓ ବଳିଦାନ ଉପରେ ସଭିଏଁ ଗର୍ବ କରିଥାଆନ୍ତି। ୧୨୫ କୋଟି ଲୋକମାନଙ୍କ ପାଇଁ ସେନା ନିଜ ଜୀବନକୁ ବାଜି ଲଗାଇଥାଆନ୍ତି। ଏହି ଅବସରରେ ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।

ଇଣ୍ଡିୟାନ୍ ଆର୍ମି ଡେ’ ତଥା ସେନା ଦିବସ ରୂପେ ପ୍ରତିବର୍ଷ ସେନା ମୁଖ୍ୟାଳୟ ତଥା ରାଷ୍ଟ୍ରର ରାଜଧାନୀରେ ଏହି ସମାରୋହ ଆୟୋଜନ କରାଯାଏ ।   ଦେଶ ଗରିମା ପାଇଁ ନିଜ ପ୍ରାଣର ଆହୁତି ଦେଉଥିବା ଭାରତୀୟ ସେନାର ବୀର ଯବାନଙ୍କ ସମ୍ମାନ ଏବଂ ସଲାମ୍ କରିବା ପାଇଁ ପ୍ରତିବର୍ଷ ସେନା ଦିବସ ପାଳନ କରାଯାଏ । ଭାରତୀୟ ଆର୍ମି ଜେନେରାଲ୍ କୋଡଣ୍ଡେରା ମଡପ୍ପା କରିୟପ୍ପା ୧୯୪୯ ଜାନୁଆରୀ ୧୫ ତାରିଖ ବ୍ରିଟିଶ୍ ଜେନେରାଲ୍ ରାୟ ବୁଚରର ଉତ୍ତରାଧିକାରୀ ହୋଇଥିଲେ ଏବଂ ସ୍ୱତନ୍ତ୍ର ଭାରତର ପ୍ରଥମ କମାଣ୍ଡର-ଇନ୍-ଚିଫ୍ ହୋଇଥିଲେ । ଏହି ଦିନଟିକୁ ଭାରତୀୟ ସ୍ଥଳସେନା ଦିବସ ରୂପେ ପାଳନ କରାଗଲା ।

ପଢନ୍ତୁ: ବିଶ୍ୱର ସର୍ବପ୍ରଥମ ଜୀବନ୍ତ ରୋବୋଟ୍‌ ତିଆରି କଲେ ଆମେରିକୀୟ ବୈଜ୍ଞାନିକ

ସମ୍ବନ୍ଧିତ ଖବର

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌

Ratnamani Maharana

୭ ଜାନୁଆରୀରେ ହୋଇପାରେ ୭ ବର୍ଷ ପ୍ରତିକ୍ଷାର ଅନ୍ତ

Ratnamani Maharana

ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ

Ratnamani Maharana

କରୋନାଭାଇରସ୍‌ରେ ସଂକ୍ରମିତ ବ୍ରିଟିସ୍‌ ସ୍ୱାସ୍ଥ୍ୟମନ୍ତ୍ରୀ

Ratnamani Maharana

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ

Ratnamani Maharana