News

ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନରେ ସାମିଲ ହେଲେ ଭାରତୀୟ ଯବାନ!

By Krishna Kumar Manoj

April 17, 2018

ଆତଙ୍କବାଦୀ ସଂଗଠନରେ ସାମିଲ ହେଲେ ଭାରତୀୟ ଯବାନ

ଦକ୍ଷିଣ କାଶ୍ମୀରରୁ ଚଳିତ ମାସର ପ୍ରାରମ୍ଭରେ ନିଖୋଜ ସେନାର ଜଣେ ଯବାନ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନରେ ସାମିଲ ହୋଇଥିବାର ସନ୍ଦେହ ସୃଷ୍ଟି ହୋଇଛି। ଏବେ ବନ୍ଧୁକ ସହିତ ଯବାନର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପୋଲିସ ଅଧିକାରୀ ସୋମବାର ଏହାର ସୂଚନା ଦେଇ କହିଛନ୍ତି ଯେ, ନିଖୋଜ ଥିବା ଏହି ଯବାନ ସେନାର ଜାମ୍ମୁ ଓ କାଶ୍ମୀର ଲାଇଟ ଇନଫ୍ୟାକ୍ଟ୍ରିରେ ମୁତୟନ ଥିଲେ। ଉକ୍ତ ଯବାନ ଆତଙ୍କୀ ସଂଗଠନ ସହ ସାମିଲ ହେବାର ସୂଚନା ରବିବାର ମିଳିଥିଲା।

ଭାରତୀୟ ସେନାର ୧୨ ଜମ୍ମୁ ଓ କଶ୍ମୀର ଲାଇଟ ଇନ୍‌ଫାଣ୍ଟ୍ରିରେ ସିପାହୀ ଭାବେ କାର୍ଯ୍ୟ କରୁଥିବା ଇଦ୍ରିସ ମୀରଙ୍କର ବିହାରରେ ପୋଷ୍ଟିଂ ଥିଲା। ତେବେ ନିକଟରେ ତାଙ୍କର ଝାଡ଼ଖଣ୍ଡକୁ ବଦଳି ହୋଇଥିଲା। ମାତ୍ର ଗତ ଏପ୍ରିଲ ୧୨ ତାରିଖ ଦିନ ଇଦ୍ରିସ ସୋପିଆନା ଜିଲ୍ଲାର ସଫନଗରସ୍ଥିତ ନିଜ ଘରକୁ ଯାଇଥିଲେ। ମାତ୍ର ସେହି ରାତିରୁ ଇଦ୍ରିସ ନିଖୋଜ ହୋଇ ଯାଇଥିଲେ।ତେବେ ଇଦ୍ରିସ ନିଖୋଜ ହେବାର ପର ଦିନ ତାଙ୍କ ବାପା ମହମ୍ମଦ ସୁଲତାନ ମୀର ଇଦ୍ରିସଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ପଢନ୍ତୁ; ନିଃସଙ୍ଗତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ