News

ରାଜସ୍ଥାନ ସୀମାରେ ୨ ପାକିସ୍ତାନୀ ଡ୍ରୋନକୁ ଖସାଇଲା ଭାରତ

drone

ଭାରତୀୟ ଯବାନଙ୍କ ମୁହଁତୋଡ ଜବାବ: ୪ ପୋଷ୍ଟ ଧ୍ୱଂସ,୫ ପାକ୍ ସୈନ୍ୟ ମୃତ

ଗତମାସ ୧୪ରେ ଜାମ୍ମୁର ପୁଲୁୱାମା ଠାରେ ଆତ୍ମଘାତି ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଛି। ଗତକାଲି ପାକିସ୍ତାନୀ ଡ୍ରୋନ ସୀମା ଭିତରକୁ ପଶି ଆସିଥିବା ଦେଖି ଭାରତୀୟ ଯବାନ ତୁରନ୍ତ ତାକୁ ଗୁଳି କରି ଖସାଇ ଦେଇଥିଲେ । ଏୟାର ଷ୍ଟ୍ରାଇକ ପରେ ଭାରତୀୟ ସେନା ଏ ପର୍ଯ୍ୟନ୍ତ ତିନୋଟି ପାକିସ୍ତାନୀ ଡ୍ରୋନକୁ ସୀମାରେ ଅନୁପ୍ରବେଶ ସମୟରେ ମାରି ଖସାଇ ଦେଇଛି।

ବାଲାକୋଟ ଟେରର କ୍ୟାମ୍ପ ଉପରେ ହମଲା ପରଠୁ ସୀମାରେ ସେନା ଠୁଳ କରିବା ସହ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଏହାଛଡା ଭାରତୀୟ ସୀମାରେ କ୍ୟାମେରା ଡ୍ରୋନ ଜରିଆରେ ଗୁଏନ୍ଦା ଗିରି କରିବାକୁ ମଧ୍ୟ ପାକିସ୍ତାନ ଉଦ୍ୟମ କରୁଛି ।

ମିଳିଥିବା ରିପୋର୍ଟ ମୁତାବକ, ରାଜସ୍ଥାନ ଶ୍ରୀଗଙ୍ଗାନଗର ସେକ୍ଟରର ଆନ୍ତଃରାଷ୍ଟ୍ରୀୟ ବର୍ଡର ପାଖରେ ଭାରତୀୟ ସେନାକୁ ଏକ ପାକିସ୍ତାନୀ ଡ୍ରୋନ ନଜର ଆସିଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ସମୁଦାୟ ୩ଟି ଡ୍ରୋନ୍ ଭାରତକୁ ପଠାଇବାକୁ ଚେଷ୍ଟା କରିଥିବା ବେଳେ ସବୁଥର ଭଳି ବିଫଳ ହୋଇଛି।

ପଢନ୍ତୁ; ଜାମ୍ମୁରେ ସେନା ଯବାନଙ୍କ ଅପହରଣ ଘଟଣା ଗୁଜବ

Related posts

କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ,ଅଲଗା କଲେ ଆତ୍ମହତ୍ୟା କରିବାକୁ ଦେଲେ ଧମକ

ENO Beuro

ଭୁବନେଶ୍ବରରେ ଥମୁନି ଧଳା ଜହର ବ୍ୟବସାୟ: ୧୭ ଲକ୍ଷର ବ୍ରାଉନସୁଗର ଜବତ

Ratnamani Moharana

ପଛରେ ପଡିଲା ଫ୍ରାନ୍ସ, ଭାରତ ବିଶ୍ଵର ଷଷ୍ଠ ବୃହତ ଅର୍ଥନୈତିକ ରାଷ୍ଟ୍ର

ENO Beuro

Leave a Comment