EnewsOdia.Com

ଗଗନଯାନ ପାଇଁ ୧୧ ମାସ ରୁଷରେ ତାଲିମ ନେବେ ୪ ମହାକାଶଚାରୀ

“ଗଗନଯାନ” ଭାରତର ସମ୍ପୂର୍ଣ୍ଣ ନିଜସ୍ୱ ପ୍ରଥମ ମାନବ ମହାକାଶ ଅଭିଯାନ । ଏହି ଅଭିଯାନରେ ରହିଛି ଭାରତର ବହୁ ଆଶା ଓ ବିଶ୍ଵାସ।  ଏହି ଗଗନ ଯାନ ୨୦୨୨ରେ ମହାକାଶକୁ ପ୍ରେରଣ କରାଯିବାନେଇ ସୂଚନା ଦେଇଛି ଇସ୍ରୋ। ତେବେ ଏହି ଗଗନଯାନରେ  ୪ ଜଣ ମହାକାଶଚାରୀଙ୍କୁ ପଠାଇବା ଚୟନ କରାଯାଇଛି । ୧୧ ମାସ ଧରି ଏହି ୪ ଜଣ ମହାକାଶଚାରୀ ପ୍ରଶିକ୍ଷଣ ନେବେ। ସମ୍ଭବତଃ ଏହି ପ୍ରଶିକ୍ଷଣ ଜାନୁଆରୀ ତୃତୀୟ ସପ୍ତାହ ଠାରୁ ଆରମ୍ଭ ହୋଇପାରେ । କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂହ ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି।  ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ୪ଜଣ ମହାକାଶଚାରୀ ପୁରୁଷ, ତେବେ ସେମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ରୁଷରେ ୧୧ ମାସ ଧରି ତାଲିମ ନେବା ପରେ ଏହି ମହାକାଶଚାରୀମାନେ ଭାରତରେ ସ୍ୱତନ୍ତ୍ର ମଡ୍ୟୁଲ ତାଲିମ ନେବେ । ଏଥିରେ ସେମାନେ ଇସ୍ରୋ ଦ୍ୱାରା ଡିଜାଇନ ହୋଇଥିବା କ୍ରିଉ ଓ ସର୍ଭିସ ମଡ୍ୟୁଲ ସମ୍ପର୍କରେ ପ୍ରଶିକ୍ଷଣ ନେବେ । ଭାରତର ସବୁଠୁ ଭାରୀ ମହାକାଶ ଉତକ୍ଷେପଣ ଯାନ “ବାହୁବଳୀ” ଜିଏସଏଲଭି ମାର୍କ-ଥ୍ରୀ ଜରିଆରେ ମହାକାଶଚାରୀମାନେ ମହାକାଶକୁ ଯିବେ । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିଲେ । ତେବେ ଯେଉଁ ମହାକାଶଯାନରେ ସେ ମହାକାଶକୁ ଯାଇଥିଲେ ତାହା ଭାରତୀୟ ନଥିଲା । ତେଣୁ ପ୍ରଧାନମନ୍ତ୍ରୀଙ୍କ “ମେକ ଇନ ଇଣ୍ଡିଆ” ସ୍ୱପ୍ନକୁ ବାସ୍ତବରେ ପ୍ରତିଫଳିତ କରୁଥିବା “ଗଗନଯାନ” ହେବ ଭାରତ ଦ୍ୱାରା କଳ୍ପିତ ଏବଂ ବିକଶିତ ପ୍ରଥମ ମାନବ ମହାକାଶ ଅଭିଯାନ ।

ପଢନ୍ତୁ: ଫାଶୀ ପୂର୍ବରୁ ବାପାଙ୍କୁ ଶେଷଥର ଭେଟିଲା ବିନୟ

ସମ୍ବନ୍ଧିତ ଖବର

ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ପୂରିଲା ବର୍ଷେ

Ratnamani Maharana

କୋଣାର୍କକୁ ନେଇ ଆରମ୍ଭ ହେଲା ବିବାଦ

Ratnamani Maharana

ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ କଲେ ଶ୍ରଦ୍ଧାଳୁ

Ratnamani Maharana

ଚାଲିଗଲେ ‘କଟ୍‌, କପି ଆଣ୍ଡ୍‌ ପେଷ୍ଟ୍‍’ର ଉଦ୍‌ଭାବକ ଲ୍ୟାରି ଟେସ୍‌ଲର୍‌

Ratnamani Maharana

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଦୋଷୀଙ୍କ ବିରୋଧରେ ଆସିପାରେ ଡେଥ ଓ୍ଵାରେଣ୍ଟ

Ratnamani Maharana

ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ଢୋଲ ବଜାଇ ନାଚିଲେ ରାହୁଲ

Ratnamani Maharana