• Home
  • ASTRO
  • VASTU
  • ଯାତ୍ରା ସମୟରେ ବିରାଡି ନୁହେଁ , ବରଂ ଏହି ଜୀବଜନ୍ତୁମାନଙ୍କୁ ଦେଖିବା ଅଶୁଭକର
VASTU

ଯାତ୍ରା ସମୟରେ ବିରାଡି ନୁହେଁ , ବରଂ ଏହି ଜୀବଜନ୍ତୁମାନଙ୍କୁ ଦେଖିବା ଅଶୁଭକର

ଆଜିକାଲି ମଧ୍ୟ ଅନେକ ଲୋକ ବିଶ୍ଵାସ କରନ୍ତି ଯେ , ରାସ୍ତାରେ ଯାଉଥିବା ସମୟରେ ବିରାଡି ଆମ ଆଗରେ ରାସ୍ତା ପାର ହେଲେ କି ଛିଙ୍କିଲେ ଅଶୁଭ ଘଟେ । ସେଥିପାଇଁ କିଛି ଲୋକ ବିରାଡି ରାସ୍ତା କାଟିଲେ ଆଗକୁ ଯାଆନ୍ତି ନାହିଁ , କିଛି ପାଦ ପଛକୁ ଯାଇ ପୁଣି ଆଗକୁ ବଢନ୍ତି । ମାତ୍ର ଏହି ଧାରଣ ସବୁବେଳେ ସତ୍ୟ ପ୍ରମାଣିତ ହୁଏ ନାହିଁ । ରାସ୍ତାରେ ଗଲା ବେଳେ ଯଦି ବିଲେଇ ଡାହାଣ ପଟୁ ଆପଣଙ୍କ ଆଗରେ ଚାଲିଯାଏ, ତା’ହେଲେ ଶୁଭ ହୋଇଥାଏ। ଏହା ଦ୍ୱାରା ଶତ୍ରୁ ଓ ବିରୋଧୀଙ୍କ ପରାଜୟ ହୋଇଥାଏ।

ଶକୁନଶାସ୍ତ୍ର ଆନୁସାରେ ବିଲେଇ ଅପେକ୍ଷା ଆଉ କିଛି ପଶୁପକ୍ଷୀ ଅଛନ୍ତି ଯେଉଁମାନେ ରାସ୍ତାରେ ଆମ ଆଗରେ ଚାଲିଗଲେ ଅଧିକ ଅଶୁଭ ହୋଇଥାଏ। ତାହାହେଲେ,

ଆସନ୍ତୁ ଜାଣିବା ସେହି ପଶୁପକ୍ଷୀଙ୍କ ସଂପର୍କରେ:-

ସାପ– କୌଣସି କାମରେ ଗଲା ବେଳେ ରାସ୍ତାରେ ସାପଟିଏ ଆପଣଙ୍କ ଆଗରେ ବାମରୁ ଡାହଣ ପଟକୁ ଚାଲି ଗଲେ ଅଶୁଭ ହୁଏ। ଏହା ଦ୍ୱାରା ଆପଣଙ୍କ କାମ ସଂପୂର୍ଣ୍ଣ ହେବ ନାହିଁ। ତା’ସହିତ ଶତ୍ରୁଙ୍କ ଆଡ଼ୁ ଅନିଷ୍ଟ ହେବାର ସମ୍ଭାବନା ଥାଏ।

ନେଉଳ– ଦିନ ବେଳେ ନେଉଳ ଦେଖିବା ଅଶୁଭ ବୋଲି କୁହାଯାଏ। ଯଦି ଏହା ରାସ୍ତାରେ ଆପଣଙ୍କ ଆଗରେ ଚାଲି ଯାଉଛି ତା’ହେଲେ ବିରୋଧୀଙ୍କ ପକ୍ଷରୁ ଆପଣଙ୍କୁ ହାନି ପହଞ୍ଚି ପାରେ।

cat ଅଶୁଭ ଯାତ୍ରା ସମୟରେ ବିରାଡି ନୁହେଁ , ବରଂ ଏହି ଜୀବଜନ୍ତୁମାନଙ୍କୁ ଦେଖିବା ଅଶୁଭକର cat

କୁକୁର– ରାସ୍ତାରେ ଅପରିଷ୍କାର କୁକୁରଟିଏ ଯଦି ଆପଣଙ୍କ ଆଗରେ ଚାଲି ଯାଏ, ତା’ହେଲେ ଆଗକୁ କିଛି ଖରାପ ଘଟି ପାରେ। ଆପଣଙ୍କୁ କୌଣସି କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଘୁଷୁରି– ରାସ୍ତାରେ ଆପଣଙ୍କ ଆଗରେ ଘୁଷୁରି ବାମରୁ ଡାହାଣ ପଟକୁ ଚାଲି ଗଲେ ଅଶୁଭ ଫଳ ପ୍ରାପ୍ତି ହୁଏ। ଚାହୁଁଥିବା କାର୍ଯ୍ୟ ସଂପନ୍ନ ହୁଏ ନାହିଁ।

କାଉ– ଘରୁ ବାହାରି କେଉଁଠାକୁ ଗଲା ବେଳେ ଯଦି କାଉ ଆପଣଙ୍କ ମୁଣ୍ଡକୁ ଛୁଇଁ ଚାଲି ଯାଏ, ତା’ହେଲେ ଅଶୁଭ ଫଳ ପ୍ରାପ୍ତି ହୁଏ ବୋଲି କୁହାଯାଏ। ଏହା ଦ୍ୱାରା ଶାରୀରିକ ଯନ୍ତ୍ରଣାରେ ପଡ଼ିପାରନ୍ତି।

ପଢନ୍ତୁ, ପେଙ୍ଗସୁଇ ର ଏହି ଉପାୟକୁ ଅନୁସରଣ କରି ବ୍ୟବସାୟରେ ମାଲାମାଲ ହୁଅନ୍ତୁ

Related posts

ନାରୀ ମାନଙ୍କର ଏହି ସବୁ ଲକ୍ଷଣ ଥିଲେ ତାଙ୍କୁ ଅଲକ୍ଷଣି ବୋଲି କୁହାଯାଇଥାଏ!

Krishna Kumar Manoj

ଗୀତାରେ ବର୍ଣ୍ଣନାନୁଯାୟୀ ଭକ୍ତ କିପରି ହେବା ଦରକାର ! ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଶନିବାରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More