News

ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ

China 750x430

ଭାରତ ଏବଂ ଚୀନର ଯବାନମାନେ ସୀମାରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପାହାନ୍ତା ପରେ ପରେ ଲଦାଖସ୍ଥିତ ୧୩୪ କିଲୋମିଟର୍‌ ଲମ୍ବ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ପାର୍ଶ୍ୱ କୂଳରେ ଭାରତ ଓ ଚୀନ୍‌ ସେନାବାହିନୀର ଯବାନମାନେ ଧସ୍ତାଧସ୍ତି ଲାଗିଥିଲେ।ଭାରତୀୟ ସେନା ପୋଙ୍ଗୟାଙ୍ଗ ହ୍ରଦ,, ନିକଟରେ ପାଟ୍ରୋଲିଂ କରିବା ବେଳେ ଏଭଳି ସ୍ଥିତି ଉପୁଜିଛି । ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି। ପାଙ୍ଗଙ୍ଗ୍‌ ହ୍ରଦ ଚୀନରେ ଦୁଇ ତୃତୀୟାଂଶ ରହି ଥିବାବେଳେ ଭାରତରେ ଗୋଟିଏ ଭାଗ ରହିଛି। ତିବ୍ବତଠାରୁ ଲଦାଖ ,ପର୍ଯ୍ୟନ୍ତ ଏହି ହ୍ରଦ ଲମ୍ବିଛି।

ସୂଚନା ଅନୁସାରେ, ଏହି ସୀମାରେ ଭାରତୀୟ ସେନାର ଯବାନ ପାଟ୍ରୋଲିଂରେ ଯାଇଥିବାବେଳେ ଚୀନ ସେନା ସହ ମୁହାଁମୁହିଁ ହୋଇଥିଲା। ଚୀନ ସୈନିକ ମାନେ ଭାରତୀୟ ସେନାର ଯବାନଙ୍କ ପାଟ୍ରୋଲିଂକୁ ନେଇ ଆପତ୍ତି ଉଠାଇଥିଲେ। ଏହାପରେ ଦୁଇ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଉଭୟ ପଟୁ ଅଧିକ ସଂଖ୍ୟକ ଯବାନ ଏକତ୍ରିତ ହୋଇଥିଲେ। ଅନେକ ସମୟ ଧରି ଦୁଇ ଦେଶର ସେନାଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା।

ପଢନ୍ତୁ: ଚାଲାଣ ଡରରେ ନାବାଳକକୁ ବାଇକ୍‌ ଚଳାଇବାକୁ ମନାକରିବାରୁ ବାପା ନାଁରେ ଅଭିଯୋଗ କଲା ପୁଅ

Related posts

ବିଶ୍ଵର ପ୍ରଥମ ହାତ ବନ୍ଧା ସ୍ମାର୍ଟଫୋନ୍ ଲଞ୍ଚ କଲା ଚୀନ

Ratnamani Moharana

ମହିଳା ସଶକ୍ତୀକରଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଆବଶ୍ୟକ:ଉପ ରାଷ୍ଟ୍ରପତି

ENO Beuro

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ଵାଗ ଙ୍କ ନାମରେ ନାମିତ ହେବ ଫିରୋଜଶାହା କୋଟଲା ଷ୍ଟାଡିୟମର ଗେଟ

ENO Beuro

1 comment

ଅନ୍‌ଲାଇନ୍‌ରେ ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର September 12, 2019 at 11:10 am

[…] ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ […]

Leave a Comment