ଭାରତୀୟ ଖେଳାଳିଙ୍କ ଆର୍ମି କ୍ୟାପ୍ ପିନ୍ଧି ମ୍ୟାଚ ଖେଳିବା ଘଟଣା: ପିସିବିକୁ ଆଇସିସିର ଜବାବ

wearing indian army cap

ପାକିସ୍ତାନକୁ ଆଇସିସିର ଦୃଢ଼ ଜବାବ:ସେନା ଟୋପି ପାଇଁ ଭାରତ ଅନୁମତି ନେଇଥିଲା..

ରାଞ୍ଚିରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ବିରାଟ ବାହିନୀ ଆର୍ମି କ୍ୟାପ୍  ପିନ୍ଧି ପଡ଼ିଆକୁ ଓହ୍ଲାଇବା ଘଟଣାରେ ଆପତ୍ତି ଉଠାଇଛି ପାକିସ୍ତାନ । ଭାରତୀୟ ଦଳ ଏପରି ପଦକ୍ଷେପକୁ ନେଇ  ପୂର୍ବରୁ ପାକିସ୍ତାନ ଆପତ୍ତି  କରିଥିଲା । ଭାରତୀୟ କ୍ରିକେଟ୍ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଇସିସିର ଦ୍ବାରସ୍ଥ ହୋଇଥିଲା। ଆଇସିସି ସୋମବାର ଏଥିନେଇ ପାକିସ୍ତାନକୁ ଦୃଢ଼ ଜବାବ ଦେଇଛି।

ରାଞ୍ଚିରେ  ଭାରତ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଯେତେବେଳେ ଷ୍ଟାଡିୟମକୁ ଓହ୍ଲାଇଥିଲା, ସେତେବେଳେ ଏକ ଅଲଗା ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା | ଟସ ପୂର୍ବରୁ ମହେନ୍ଦ୍ର ସିଂ ଧୋନି ସମସ୍ତ ଭାରତୀୟ ଖେଳାଳୀଙ୍କୁ ଆର୍ମି କ୍ୟାପ ଦେଇଥିଲେ | ଟସ ବେଳେ କ୍ୟାପଟେନ ବିରାଟ କୋହଲି ମଧ୍ୟ ଆର୍ମି କ୍ୟାପ ପିନ୍ଧିଥିବା ଦେଖିବାକୁ ମିଳିଛି |

ଏଥିନେଇ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ଆଇସିସି ଯୋଗାଯୋଗ ବିଭାଗର ମହାପ୍ରବନ୍ଧକ  କ୍ଲାରି ଫୁରଲଙ୍ଗ କହିଛନ୍ତି ଯେ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟ ସହ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଞ୍ଚି ଦିନିକିଆରେ ସେନା ଟୋପି ପିନ୍ଧି ଖେଳିବାକୁ ଆଇସିସିଠାରୁ ବିସିସିଆଇ ଅନୁମତି ଲୋଡ଼ିଥିଲା। ଯାହା ମଞ୍ଜୁର କରାଯାଇଥିଲା ବୋଲି ଜବାବରେ କହିଛି ଆଇସିସି ବୋର୍ଡ

ପଢନ୍ତୁ: ଆହୁରି ବଢିବ ତାତି,୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଟପିଲାଣି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More