News

ପାକିସ୍ତାନ ସିନେମାଘରେ କୌଣସି ଭାରତୀୟ ଫିଲ୍ମ ପ୍ରସାରଣ ହୋଇପାରିବ ନାହିଁ: ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ

pak

ପାକିସ୍ତାନରେ ଭାରତୀୟ ଫିଲ୍ମ ବ୍ୟାନ

ବିମାନ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିଥିଲା ବେଳେ ପାକିସ୍ତାନ ସରକାର ତାଙ୍କ ଦେଶରେ ଭାରତୀୟ ଫିଲ୍ମକୁ ବ୍ୟାନ କରିଛନ୍ତି। ପାକିସ୍ତାନ ସିନେମା ଘରେ କୌଣସି ଭାରତୀୟ ଫିଲ୍ମ ପ୍ରସାରଣ ହୋଇପାରିବ ନାହିଁ ବୋଲି ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫାଓଦ ଚୌଧୁରୀ ଏହି ସୂଚନା ଦେଇଛନ୍ତି।

ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବାପରେ ପାକିସ୍ତାନ ହୋଇପଡ଼ିଛି ପ୍ରତିକ୍ରିୟାଶୀଳ । ‘ମେଡ-ଇନ୍‌-ଇଣ୍ଡିଆ ଆଡଭର୍ଟାଇଜ୍‌ମେଣ୍ଟ’କୁ ନିଷିଦ୍ଧ କରିବା ଲାଗି ମଧ୍ୟ ସେ ପାକିସ୍ତାନ ଇଲେକ୍‌ଟ୍ରୋନିକ୍‌ ମିଡିଆ ରେଗୁଲେଟୋରି ଅଥରିଟି(ପିଇଏମ୍‌ଆରଏ)କୁ ପରାମର୍ଶ ଦେଇଛନ୍ତି।

ଭାରତୀୟ ବାୟୁସେନା ବାଲାକୋଟସ୍ଥିତ ଜୈଶ-ଇ-ମହମ୍ମଦ୍‌ (ଜେଇଏମ୍‌)ର ବୃହତ୍‌ ତାଲିମ ଶିବିରକୁ ଧ୍ୱଂସ କରିଦେବା ପରେ ପାକିସ୍ତାନୀ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।

ପଢନ୍ତୁ; ଆଜି ଦ୍ଵିତୀୟ ଟ୍ବେଣ୍ଟି-୨୦: ଭାରତ ପାଇଁ ଶେଷ ସୁଯୋଗ

Related posts

ଭାରତରେ ପୁଣି ପଶିଲା ପାକିସ୍ତାନୀ ବିମାନ ଓ ଡ୍ରୋନ: ଏଲଓସିରେ ବିଏସଏଫ ଯବାନ ଓ ନାବାଳିକା ମୃତ

Ratnamani Moharana

ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା, ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

ENO Beuro

ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment