SPORTS

ହକି ବିଶ୍ଵ ଲିଗ ଫାଇନାଲ ପାଇଁ ଭାରତୀୟ ହକି ଦଳକୁ ସ୍ଵାଗତ କଲା ରାଜଧାନୀ

ହକି ବିଶ୍ଵ ଲିଗ ଫାଇନାଲ ପାଇଁ ଘରୋଇ ଭାରତୀୟ ଦଳ ଗତକାଲି ଭୁବନେଶ୍ଵରରେ ପହଞ୍ଚିଛି । ବୁଧବାର ଅପରାହ୍ନରେ ଦଳ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳି, କୋଚ ଓ ଷ୍ଟାଫଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଆୟୋଜକଙ୍କ ପକ୍ଷରୁ ସ୍ଵାଗତ କରାଯାଇଥିଲା । ଏହାପରେ ଦଳକୁ ସ୍ଵତନ୍ତ୍ର ଗାଡି ଯୋଗେ ନିଆ ଯାଇଥିଲା । ଆଜିଠୁ ଖେଳ ଅଭ୍ୟାସ କରିବାର କାର୍ଜ୍ୟକ୍ରମ ରହିଛି ।

ଆଉ ମାତ୍ର ୮ ଦିନ ବାକି । ତା ପୂର୍ବରୁ ଦଳ ଘରୋଇ ଗ୍ରାଉଣ୍ଡରେ ଭଲ ଭାବେ ପ୍ରସ୍ତୁତି କରିବା ନେଇ ସପ୍ତାହକ ପୂର୍ବରୁ ପହଞ୍ଚି ଯାଇଛି । ଏହି ଦଳରେ ଓଡିଶାରୁ ୩ ଜଣ ସାମିଲ ଅଛନ୍ତି । ସେମାନେ ହେଲେ ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବୋଂ ଦୀପସାନ ତିର୍କୀ ।

ମୋଟ ୮ ଟି ଦଳକୁ ନେଇ ପ୍ରତିଯୋଗୀତା ଆସନ୍ତା ୧ ତାରିଖରୁ ଆରମ୍ଭ ହେବ । ପୁଲ ଏ’ରେ ଆର୍ଜେଣ୍ଟିନା, ବେଲଜିୟମ, ନେଦରଲାଣ୍ଡ, ସ୍ପେନ, ଏବୋଂ ପୁଲ ବି’ରେ ଅଷ୍ଟ୍ରେଲିଆ, ଭାରତ, ଜର୍ମାନୀ, ଇଂଲଣ୍ଡ ସାମିଲ ଅଛନ୍ତି । ଭାରତ ପ୍ରଥମ ମ୍ୟାଚ ଡିସେମ୍ବର ୧ ତାରିଖରେ ଅଷ୍ଟ୍ରେଲିଆ ସହ, ଦ୍ଵିତୀୟ ମ୍ୟାଚ ୨ ତାରିଖ ଇଂଲଣ୍ଡ ଏବୋଂ ତୃତୀୟ ମ୍ୟାଚ ଜର୍ମାନୀ ସହ ୪ ତାରିଖରେ ଖେଳିବ ।

ପ୍ରତିଯୋଗୀତାକୁ ନେଇ ପ୍ରଶଂସକଙ୍କ ମହଲରେ ପ୍ରବଳ ଆଗ୍ରହ ପରିଲିଖିତ ହେଇଛି । ଉଦ୍ଘାଟନୀ ଏବୋଂ ଉଦଯାପନୀ ଦିବସ ବ୍ଯତୀତ ଭାରତ ଖେଳିବାକୁ ଥିବା ଦିନଗୁଡିକ ପାଇଁ ଟିକେଟ ବିକ୍ରି ଶେଷ ହେଇ ଗଲାଣି । ଅବଶିଷ୍ଟ ଦିନ ଗୁଡିକ ପାଇଁ ଉଭୟ କାଉଣ୍ଟର ଓ ଅନଲାଇନ ଟିକେଟ ବିକ୍ରି ଚାଲୁ ରହିଛି ।

ହକି ବିଶ୍ଵ ଲିଗ ଫାଇନାଲ ପାଇଁ ଭାରତୀୟ ହକି ଦଳକୁ ସ୍ଵାଗତ କଲା ରାଜଧାନୀ

ପଢନ୍ତୁ, ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ଦେଶୀ ଘିଅ, ଜାଣନ୍ତୁ ଏହାର ଉପକାରିତା

Related posts

ଗାଙ୍ଗୁଲି କହିଲେ: କାସ ୨୦୦୩ ବିଶ୍ଵ କପରେ ଧୋନୀ ମୋ ଦଳରେ ଥାଆନ୍ତେ !

ENO Beuro

ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି , ଫାଇନାଲରେ ପ୍ରବେଶ ପାଇଁ ଆଜିର ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ

ENO Beuro

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More