SPORTS

ଉଭୟ ମହିଳା ଓ ପୁରୁଷ ହକି ଦଳର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ଵ କପ ଆରମ୍ଭ

ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷର ନଭେମ୍ବର ୨୮ରୁ ଆୟୋଜିତ ହେବ ହକି ବିଶ୍ଵ କପ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ ଆଜି ନୂଆଦିଲ୍ଲୀରେ ହକି ବିଶ୍ଵ କପର ସ୍ଵତନ୍ତ୍ର କାର୍ୟ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ୟ୍ୟକ୍ରମରେ ଭାରତୀୟ ହକି ଦଳର ଜର୍ସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି।

ଏହି କାର୍ୟ୍ୟକ୍ରମରେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆରେ ନମସ୍କାର କହିବା ସହ ବକ୍ତବ୍ୟ ଶେଷରେ ଓଡିଆରେ ଧନ୍ୟବାଦ ଜଣାଇଥିଲେ । ଆଗକୁ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପର ପ୍ରଚାର ପାଇ ଏହି କାର୍ୟ୍ୟକ୍ରମର ଆୟୋଜନ ହୋଇଥିବାବେଳେ ବହୁ ବିଧାୟକ ଓ ମନ୍ତ୍ରୀ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି।

ଆଗାମୀ ୫ ବର୍ଷ ପାଇଁ ଓଡ଼ିଶା ଭାରତୀୟ ମହିଳା ଓ ପୁରଷ ହକି ଦଳର ପ୍ରଯୋଜକ ରହିବ। ଆର୍ନ୍ତଜାତିକ ହକି ଫେଡେରେସନ୍‌ ଓ ଭାରତୀୟ ଅଲମ୍ବିକ ଆସୋସିଏସନ୍‌ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା , ଉଭୟ ମହିଳା ଓ ପୁରୁଷ ହକି ଦଳର ଅଧିନାୟକ ରାଣୀ ରାମପାଲ ଓ ମନପ୍ରୀତ ସିହଙ୍କ ସହିତ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ସାଂସଦ ଦିଲ୍ଲୀପ ତିର୍କି ଏବଂ ପୂର୍ବତନ ଅଧିନାୟକ ଧନରାଜ ପିଲ୍ଲେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ହକି ଖେଳାଳିଙ୍କ ସହିତ ରାଜନେତାମାନେ ଉପସ୍ଥିତ ଥିଲେ। ଶେଷରେ ସୋନା ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ।

ପଢନ୍ତୁ;

ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ ! ହାତୀକୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଆରମ୍ଭ

 

 

Related posts

ଆଇପିଏଲ ନିଲାମୀ ବିଷୟରେ ସମସ୍ତେ ଜାଣନ୍ତି ! ହେଲେ ନିଲାମ କିଏ କରୁଛନ୍ତି ଜାଣନ୍ତି କି ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

ENO Beuro

ବିଶ୍ୱକପ୍‌ ହକି ପାଇଁ ଅନ୍‌ଲାଇନ ଟିକେଟ୍‌ ବିକ୍ରି ଆରମ୍ଭ

ENO Beuro

ଫୋର୍ବସ ଧନୀ ତାଲିକା: ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍ ତାଲିକାର ସପ୍ତମ ସ୍ଥାନରେ ସିନ୍ଧୁ

ENO Beuro

1 comment

Leave a Comment