ରାଜ୍ୟରେ ବାତ୍ୟାର କୌଣସି ଆକଳନ ନାହିଁ। ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରିନାହିଁ ଭାରତୀୟ ପାଣିପାଗ ବିଭାଗ। ଏନେଇ ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବଙ୍ଗୋପସାଗରରେ କୌଣସି ସମ୍ଭାବ୍ୟ ବାତ୍ୟାର ପୂର୍ବାନୁମାନ ନଥିବା ସେ କହିଛନ୍ତି। ତେବେ ଅକ୍ଟୋବର ୧୭ରୁ ୨୨ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଡ. ସନ୍ଦୀପ ପଟ୍ଟନାୟକ। ତେବେ ଏହା ଘନୀଭୂତ ହୋଇପାରେ। କିନ୍ତୁ ଏହା କେତେ ପରିମାଣ ଘନୀଭୂତ ହେବ ତାହା କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ବହୁ ପୂର୍ବରୁ ବାତ୍ୟା ଆକଳନ ବିଜ୍ଞାନସମ୍ମତ ନୁହେଁ ବୋଲି କହିଛନ୍ତି ଡ. ସନ୍ଦୀପ ପଟ୍ଟନାୟକ।