ପ୍ରଥମ ଥର ପାଇଁ ଭାରତୀୟ ନୌସେନାରେ ମହିଳା ପାଇଲଟ ଓ ତିନି ମହିଳା ଅଧିକାରୀ ସାମିଲ

ପ୍ରଥମ ଥର ପାଇଁ ଭାରତୀୟ ନୌସେନାରେ ମହିଳା ପାଇଲଟ ଓ ତିନି ମହିଳା ଅଧିକାରୀ ସାମିଲ

ଭାରତୀୟ ନୌସେନାବାହିନୀ ନୂତନ ଇତିହାସ ରଚନା କଲା । ଦୀର୍ଘ ବର୍ଷ ହେଲା ପୁରୁଷମାନଙ୍କର ଗଡ ଥିବା ଭାରତୀୟ ନୌସେନାରେ ପ୍ରଥମଥର ପାଇଁ ମହିଳା ପାଇଲଟ ସାମିଲ ହୋଇଛନ୍ତି ।  ନାଭାଲ ଆର୍ମାମେଂଟ ଇନସପେକସନ ବା ଏନଏଆଇ ଶାଖାରେ ସାମିଲ ହୋଇଛନ୍ତି ମହିଳା ।

ଭାରତୀୟ ନୈାସେନା ଇତିହାସରେ ପ୍ରଥମ ଥର ପାଇଁ ଏନଏଆଇ ଶାଖାରେ ଅଫିସର ଭାବେ ନିଯୁକ୍ତି ଦେବା ଭାରତୀୟ ମହିଳାଙ୍କ ପାଇଁ ବଡ ମାନ୍ୟତା । କାନପୁରର ଏଜ୍ଜିମାଲାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଥମ ମହିଳା ପାଇଲଟ ଓ ମହିଳା ଅଧିକାରୀଙ୍କ ପ୍ରଥମବ୍ୟାଚର ପ୍ରଶିକ୍ଷଣରେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ନୌସେନାରେ ସମିଲ କରାଯାଇଛି । ୩୨୮ ଜଣ କ୍ୟାଡେଟଙ୍କୁ ଭାରତୀୟ ନୈାସେନା, ଜଣଙ୍କୁ ଭାରତୀୟ ତଙ୍କରକ୍ଷୀ ବାହିନୀ, ମାଲଦ୍ୱୀପ ଓ ତାଂଜାନିଆରେ ଜଣେ ଲେଖାଏଁ ମହିଳା କ୍ୟାଡେଟଙ୍କୁ ନିଯୁକ୍ତି ମିଳିଛି । ସେମାନେ ହେଲେ, ଆସ୍ଥା ସେହଗଲ, ରୂପା ଏ ଓ ଶକ୍ତିମାୟା. ଏସ  ହାଇଦ୍ରାବାଦ ସ୍ଥିତ ଡୁଣ୍ଡିଗଲ ଏୟାର ଫୋର୍ସ ଏକାଡେମୀରେ ସେ ଏବେ ପାଇଲଟ ଟ୍ରେନିଂ ନେବେ ।

ଯେଉଁ ମହିଳାମାନେ ନିରାପତ୍ତାବାହିନୀରେ ଯୋଗଦେବାକୁ ଆଗ୍ରହୀ ଅଛନ୍ତି । ଏମାନଙ୍କ ସଫଳତା ସେମାନଙ୍କୁ ପ୍ରେରଣା ଯୋଗାଇ ପାରିବ ।

ପ୍ରଥମ ଥର ପାଇଁ ଭାରତୀୟ ନୌସେନାରେ ମହିଳା ପାଇଲଟ ଓ ତିନି ମହିଳା ଅଧିକାରୀ ସାମିଲ

ପଢନ୍ତୁ, ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସରକାରଙ୍କ ତରଫରୁ ମିଳିବ ଆର୍ଥିକ ସହାୟତା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More