EnewsOdia.Com

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ଅର୍ଥନୀତିରେ ନୋବେଲ

ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜତ ବାନାର୍ଜୀଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଚଳିତ ବର୍ଷ ଅର୍ଥନୀତି କ୍ଷେତ୍ର ପାଇଁ ୩ ଜଣଙ୍କୁ ନୋବେଲ ମିଳିବ। ଏମାନଙ୍କ ମଧ୍ୟରେ ଅଭିଜିତ ରହିଛନ୍ତି। ଅଭିଜିତଙ୍କ ବ୍ୟତୀତ ଏଷ୍ଟର ଡୁଫ୍ଲୋ ଓ ଏବଂ ମାଇକେଲ କ୍ରେମର ମଧ୍ୟ ଅର୍ଥନୀତିରେ ନୋବେଲ ପାଇବେ। ଏଷ୍ଟର ଡୁଫ୍ଲୋ  ହେଉଛନ୍ତି ଅଭିଜିତଙ୍କ ପତ୍ନୀ। ବିଶ୍ୱରୁ ଦାରଦ୍ର୍ୟ ଦୂରୀକରଣ କରିବାକୁ କରୁଥିବା ଲଢ଼େଇ ପାଇଁ ଏମାନଙ୍କୁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି।

ଭାରତରେ ଜନ୍ମିତ ଅଭିଜିତ ବାନାର୍ଜୀ ହେଉଛନ୍ତି ଆମେରିକା ନାଗରିକ। ୧୯୬୧ ମସିହା ଫେବୃଆରୀ ୨୧ରେ କୋଲାକାତାରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ କୋଲକତା ବିଶ୍ୱବିଦ୍ୟାଳୟ ଓ ପରେ ଜେଏନ୍‌ୟୁରେ ପାଠ ପଢ଼ିଥିଲେ। ଏହାପରେ ସେ ୧୯୮୮ ମସିହାରେ ହାର୍ବାର୍ଡା ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ।

ବର୍ତ୍ତମାନ ଅଭିଜିତ ଆମେରିକାର ମିଟିସ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲଜିରେ ଅର୍ଥନୀତିରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।
୨୦୦୩ ମସିହାରେ ଅଭିଜିତ ଅବଦୁଲ ଲତିଫ ଜାମୀଲ ପୋଭରଟି ଆକ୍ସନ ଲାବ(ଜେ-ପିଏଏଲ) ଖୋଲିଥିଲେ। ଏଥିରେ ଏଷ୍ଟର ଓ ସେନ୍ଧିଲ ମୁଲ୍ଲାଇନାଥମ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ ଜାତିସଂଘ ସଚିବଙ୍କ ଦ୍ୱାରା ଗଠିତ ଏକ ପ୍ୟାନେଲରେ ମଧ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୫ ମସିହାରେ ସେ ସହଯୋଗୀ ତଥା ଅନ୍ୟତମ ଅର୍ଥନୀତିକ ବିଶେଷଜ୍ଞ ଏଷ୍ଟରଙ୍କୁ ବିବାହ କରିଥିଲେ। ଏଷ୍ଟର ପ୍ୟାରିସ୍‌ରେ ଜନ୍ମ ଗ୍ରହଣ କରିଥିଲେ। ଏବେ ସେ ମଧ୍ୟ ଅଭିଜିତଙ୍କ ସହ ମିଟସ୍ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ କରୁଛନ୍ତି। ଏମଆଇଟିରୁ ଏଷ୍ଟର ପିଏଚଡି ହାସଲ କରିଛନ୍ତି।

ପଢନ୍ତୁ: OTET ଅନିୟମିତତାକୁ ନେଇ ତେଜିଲେ ଛାତ୍ରଛାତ୍ରୀ

ସମ୍ବନ୍ଧିତ ଖବର

ଅଦରକାରୀ ଶିଶୁଙ୍କୁ ଫୋପାଡିବା ପାଇଁ ଝୁଲା ବ୍ୟବସ୍ଥା କରି ଅଡୁଆରେ ପୁରୀ ସିଡିଏମଓ

Ratnamani Maharana

ଉନ୍ନାଓ ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ

Ratnamani Maharana

ପାକିସ୍ତାନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ

Ratnamani Maharana

ଆଜି ସରସ୍ଵତୀ ପୂଜା, ବାଗଦେବୀଙ୍କ ଆରାଧନା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଉତ୍ସବ ମୁଖର

Ratnamani Maharana

ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସ୍ ଟ୍ୟାଗ୍

Ratnamani Maharana

ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ

Ratnamani Maharana