25 C
Bhubaneswar
October 25, 2020
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ବ୍ରିଟେନ ମନ୍ତ୍ରୀ ମଣ୍ଡଳରେ ଭାରତୀୟ ମହିଳା

ଭାରତୀୟ ମୂଳ ସଏଲା ବ୍ରେଭମେନଙ୍କୁ ବ୍ରିଟେନର ବୋରିଷ ଜନସନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି । ସଏଲାଙ୍କୁ ବ୍ରିଟେନର ଆଟର୍ନି ଜେନରାଲର ଦାୟିତ୍ୱ ଦିଆଯାଇଛି । ବୋରିଷ ଜନସନଙ୍କ ସରକାର କିଛି ତଳୁ ନିଜ ମନ୍ତ୍ରୀ ମଣ୍ଡଳର ବିସ୍ତାର କରିଥିଲେ । ବୋରିଷ ଜନସନଙ୍କର ଏହି ମନ୍ତ୍ରୀ ମଣ୍ଡଳରେ ଜଣେ ଭାରତୀୟ ମହିଳାଙ୍କ ସ୍ଥାନ ପାଇବା ନିହାତି ଭାବରେ ଏକ ଗୌରବର ବିଷୟ ।

ବ୍ରେଭମେନଙ୍କ ଜନ୍ମ ଲଣ୍ଡନରେ ହୋଇଥିଲେ ମଧ୍ୟ ତାଙ୍କ ମାତା ପିତା ଉଭୟ ଭାରତୀୟ । ତାଙ୍କ ମାତା ପିତା ଉଭୟ ଗୋଆର ବାସିନ୍ଦା । ଜନ୍ମ ପରଠାରୁ ବିଦେଶରେ ହିଁ ବ୍ରେଭମେନ ତାଙ୍କ ପଢା ଶେଷ କରିଛନ୍ତି । ବ୍ରେଭମେନ ବ୍ରିଟେନର ଦ୍ୱିତୀୟ ମହିଳା ଯାହାଙ୍କୁ ଏତେ ବଡ ସମ୍ମାନ ଜନକ ପଦବୀ ଦିଆଯାଇଛି । ଗତ ସୋମବାର ଦିନ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସ୍ ରେ ବ୍ରେଭମେନ ଆଟର୍ନି ଜେନରାଲ ହିସାବରେ ଶପଥ ଗ୍ରହଣ କରିଛନ୍ତି ।

ପଢନ୍ତୁ: ଆଉ ଦୁଇ ଓଡିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Related posts

କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ

Ratnamani Maharana

ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ କଲା ଟିମ୍‌ ଇଣ୍ଡିଆ

Ratnamani Maharana

କାରୋନା ଭାଇରସ ପାଇଁ ଚୀନକୁ ବନ୍ଦ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଚଳାଚଳ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More