Loading...

ମଙ୍ଗଳବାର ୟୁଏଇ ସଂସଦକୁ ସମ୍ବୋଧିତ କରିବେ ବାଚସ୍ପତି ଓମ ବିର୍ଲା

ମଙ୍ଗଳବାର ୟୁଏଇ ସଂସଦକୁ ସମ୍ବୋଧିତ କରିବେ ବାଚସ୍ପତି ଓମ ବିର୍ଲା

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ବରେ ଭାରତୀୟ ସଂସଦୀୟ ଦଳର ଏକ ପ୍ରତିନିଧି ମଣ୍ଡଳୀ ସଂଯୁକ୍ତ ଆରବ ଏମିରଟ(UAE) ଗସ୍ତ କରିଛନ୍ତି । ସଂସଦୀୟ ଦଳର ସମ୍ମାନାର୍ଥେ ୟୁଏଇ ପ୍ରଶାସନ ଏକ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ଡାକିଛି ।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ବରେ ଭାରତୀୟ ସଂସଦୀୟ ଦଳର ଏକ ପ୍ରତିନିଧି ମଣ୍ଡଳୀ ସଂଯୁକ୍ତ ଆରବ ଏମିରଟ(UAE) ଗସ୍ତ କରିଛନ୍ତି । ସଂସଦୀୟ ଦଳର ସମ୍ମାନାର୍ଥେ ୟୁଏଇ ପ୍ରଶାସନ ଏକ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ଡାକିଛି । ଯେଉଁ ଅଧିବେଶନକୁ ଲୋକସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ସମ୍ବୋଧିତ କରିବେ ।ୟୁଏଇ ସଂସଦର ନିମନ୍ତ୍ରଣକ୍ରମେ ଭାରତୀୟ ସଂସଦୀୟ ଦଳ ୟୁଏଇ ଗସ୍ତ କରିଛି । ଆଜି ପ୍ରତିନିଧି ମଣ୍ଡଳୀ ଗସ୍ତ କରିଥିବାବେଳେ, ବାଚସ୍ପତି ସେଠାରେ ତାଙ୍କର ପ୍ରତିପକ୍ଷଙ୍କ ସହ ଆଲୋଚନା କରି ଉଭୟ ଦେଶର ସାମାଜିକ, ସାଂସ୍କୃତିକ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହା ସହ ଉଭୟ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ପ୍ରୟାସ ଯୋଗୁଁ କିଭଳି ଉଭୟ ଦେଶର ସମ୍ପର୍କ ସୁଦୃଢ ହେଉଛି ତାହାର ମଧ୍ୟ ଆଲୋଚନା କରିଛନ୍ତି ।ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି 2015 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ କରିବା ପରେ ଭାରତ - ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ନୂଆ ଅୟମାରମ୍ଭ ହୋଇଥିଲା । 2017 ରେ ଉଭୟ ଦେଶ ବୁଝାମଣା ଅନୁସାରେ ବ୍ୟବସାୟ, ରାଜନୀତି, ଅର୍ଥନୀତି ବ୍ୟତୀତ ରକ୍ଷା, ପ୍ରଯୁକ୍ତିବିଦ୍ୟା, ନିବେଶ, ଶକ୍ତି ଓ ସାଂସ୍କୃତିକ କ୍ଷେତ୍ରରେ ମିଳିତ ଭାବେ କାମ କରୁଛନ୍ତି । ଯାହା ସମ୍ପର୍କକୁ ଆହୁରି ସୁଦୃଢ କରିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.