News

ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଯୁକ୍ତ ଡିଏମୟୁ ଟ୍ରେନର ଶୁଭାରମ୍ଭ ହୋଇଛି

ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଯୁକ୍ତ ଡିଏମୟୁ ଟ୍ରେନର ଶୁଭାରମ୍ଭ ହୋଇଛି

ଭାରତୀୟ ରେଳ ପକ୍ଷରୁ ପ୍ରଥମ ଥର ପାଇଁ ସୌର ଶକ୍ତି ବିଶିଷ୍ଟ ଡିଏମୟୁ ( ଡିଜେଲ ଇଲେକ୍ଟି୍ରକ୍‌ ମଲ୍ଟିପୁଲ୍‌ ୟୁନିଟ୍‌)ର ଚଳାଚଳ ଘୋଷଣା କରାଯାଇଛି। ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନ୍‌ରେ ସବୁଜ ପତାକା ଦେଖାଇ ଉକ୍ତ ଟ୍ରେନ୍‌ର ଯାତ୍ରା ଆରମ୍ଭ ଘୋଷଣା କରାଯାଇଛି।

ଡିଏମୟୁ ଟ୍ରେନ୍‌ଟି ଦିଲ୍ଲୀର ସରାୟ ରୋହିଲ୍ଲା ଷ୍ଟେସନ୍‌ରୁ ହରିୟାଣାର ଫାରୁଖ ନଗର ଷ୍ଟେସନ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ୍‌ରେ ୮ଟି ଡବା ଥିବାବେଳେ ୧୬ଟି ସୌର ପ୍ୟାନେଲ ଲାଗିଛି। ଟ୍ରେନ୍‌ର ରେକ୍‌ଗୁଡ଼ିକ ଚେନ୍ନାଇର ସମନ୍ଵିତ କୋଚ୍‌ ଫ୍ୟାକ୍ଟି୍ରର ନିର୍ମିତ ହୋଇଛି।

ପ୍ରତ୍ୟେକ ଡବାରେ ୮୯ ଜଣ ଯାତ୍ରା କରିବା ସୁବିଧା ରହିଛି। ଏଥିରୁ ଉତ୍ପାଦିତ ବିଦ୍ୟୁତ୍‌କୁ ବ୍ୟାଟେରିରେ ସଂରକ୍ଷିତ କରି ରଖାଯିବ।  ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ ଏହି ସୋଲାର ପ୍ୟାନେଲ୍ ବାବଦରେ ଖର୍ଚ୍ଚ ହୋଇଛି ୫୪ ଲକ୍ଷ ଟଙ୍କା । ଏହି ଟ୍ରେନରେ ପାୱାର ବ୍ୟାକଅପ୍ ସୁବିଧା ମଧ୍ୟ ରହିଛି । ବ୍ୟାଟେରୀ ମାଧ୍ୟମରେ ୭୨ ଘଂଟା ପର୍ଯ୍ୟନ୍ତ ଯାତ୍ରା ଏହି ଟ୍ରେନ୍ କରିପାରିବ ।

ପରିବେଶକୁ ଦୃଷ୍ଟିରେ ରଖି ଆଗାମୀ ଦିନମାନଙ୍କରେ ଅଧିକରୁ ଅଧିକ ଟ୍ରେନରେ ଏହି ସୁବିଧା ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ।

ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଯୁକ୍ତ ଡିଏମୟୁ ଟ୍ରେନର ଶୁଭାରମ୍ଭ ହୋଇଛି

ଅଧିକ ଜାଣନ୍ତୁ ରାଜ୍ୟ କ୍ରାଇମ ବରଞ୍ଚ ତରଫରୁ ମୁସ୍କାନ ୩ । 

Related posts

ଦୁଇ ଦିନିଆ ଜାତୀୟ ଇ-ବିଧାନ ଆପ୍ଲିକେସନ କର୍ମଶାଳାକୁ ଉଦଘାଟନ କଲେ ଅର୍ଜୁନ ରାମ ମେଘୱାଲ

ENO Beuro

ଚୀନ୍‌ର ରାସାୟନିକ କାରଖାନାରେ ବିସ୍ଫୋରଣ, ୨୨ ମୃତ

ENO Beuro

ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ୪୦୦ ପେଟ୍ରୋଲ୍‍ ପମ୍ପ ବନ୍ଦ

ENO Beuro

Leave a Comment