News

ରୁଷୀୟ ସଂଘ ସହ ଭାରତୀୟ ରେଳବାଇର ସହଯୋଗ ଓ ବୁଝାମଣା ସ୍ୱାକ୍ଷରିତ

2018 ଅକ୍ଟୋବର 5 ତାରିଖରେ ଭାରତ-ରୁଷ ଶିଖର ସମ୍ମିଳନୀ ଅବସରରେ ଭାରତର ରେଳ ମନ୍ତ୍ରଣାଳୟ ଓ ରୁଷୀୟ ରେଲୱେ ମଧ୍ୟରେ ଏକ ସହଯୋଗପତ୍ର (ମେମୋରେଣ୍ଡମ ଅଫ କୋ-ଅପରେସନ)ସ୍ୱାକ୍ଷର ହୋଇଛି । 2015 ଡିସେମ୍ବର 24 ତାରିଖରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏମଓୟୁର କାର୍ଯ୍ୟକୁ ଆଗେଇ ନେବା ଲକ୍ଷ୍ୟରେ ଏହି ଏମଓସି ସ୍ୱାକ୍ଷର ହୋଇଛି।

ଏମଓସିର ପ୍ରସ୍ତାବ ଅନୁଯାୟୀ

ନାଗପୁର-ସିକନ୍ଦରାବାଦ ସେକ୍ସନର ଗ୍ରେଡେସନ୍ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା
ପଣ୍ୟ ପରିବହନରେ ଶ୍ରେଷ୍ଠ ବ୍ୟବସ୍ଥା ଆପଣାଇବା
ବହୁମୁଖୀ ଟର୍ମିନଲର ବିକାଶ
ରୁଷୀୟ ରେଲୱେ ସହାୟତାରେ ଭାରତୀୟ ରେଲୱେର କର୍ମଚାରୀମାନଙ୍କୁ ଉଚ୍ଚ ଶିକ୍ଷା ଓ ପ୍ରଶିକ୍ଷଣର ସୁବିଧା ପ୍ରଦାନ
ଭାରତ ପକ୍ଷରୁ ରେଲୱେ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି ଏବଂ ରୁଷ ପକ୍ଷରୁ ରଷିଆନ ରେଲୱେ ସିଇଓ ଓ ଚେୟାରମ୍ୟାନ ଓଲେଗ ବେଲୋଜେରେଭ ଏମଓସିରେ ସ୍ୱାକ୍ଷର କରିଥିଲେ ।

ସେହିପରି ଏମଓୟୁ (ମେମୋରେଣ୍ଡମ ଅଫ ଅଣ୍ଡରଷ୍ଟାଣ୍ଡିଂ)ରେ ଥିବା ପ୍ରସ୍ତାବ

ପରିବହନ ଶିକ୍ଷାରେ ବିକାଶ ଆଣିବା ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ ଓ ରୁଷୀୟ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର ହୋଇଛି । ଉଭୟ ଦେଶର ପରିବହନ ଶିକ୍ଷା କ୍ଷେତ୍ରରେ ଥିବା ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ସାଙ୍ଗଠନିକ ଓ ବ୍ୟବସ୍ଥିତ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ । ରୁଷୀୟ ୟୁନିଭରସିଟି ଅଫ ଟ୍ରାନ୍ସପୋର୍ଟ ଏବଂ ଭାରତର ଭଦୋଦରାସ୍ଥିତ ନ୍ୟାସନାଲ ରେଲ ଟ୍ରାନ୍ସପୋର୍ଟ ଇନଷ୍ଟିଟ୍ୟୁଟ ମଧ୍ୟରେ ବୁଝାମଣା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଉଭୟ ସଂସ୍ଥା ନିୟମିତ ମିଳିତ ଭାବେ ଶୈକ୍ଷିକ ପରିବହନ ଆଲୋଚନାଚକ୍ର ଆୟୋଜନ କରିବା ସହ ସହଯୋଗୀ ସ୍ଥିର କରିବା, ପାରସ୍ପରିକ ପ୍ରତିନିଧିଦଳ ଗସ୍ତ ସ୍ଥିର କରିବେ ।

ଏମଓୟୁରେ ଭାରତ ପକ୍ଷରୁ ରେଲୱେ ବୋର୍ଡ ଚେୟାରମେନ ଅଶ୍ୱିନୀ ଲୋହାନି ଏବଂ ରୁଷ ପକ୍ଷରୁ ଭାରତରେ ଥିବା ରୁଷର ରାଷ୍ଟ୍ରଦୂତ ନିକୋଲୟ ରିସାତୋଭିଚ ସ୍ୱାକ୍ଷର କରିଥିଲେ।

moc

ପଢନ୍ତୁ; ହିନ୍ଦୁ ପୁଅକୁ ପ୍ରେମ କରିବାରୁ ଗଛରେ ବାନ୍ଧି ମାରିଲେ ବାପା ମା’

Related posts

କୋର୍ଟରେ ଆତ୍ମସମର୍ପଣ କଲେ ଲାଲୁ ପ୍ରସାଦ ଯାଦବ

ENO Beuro

ଅବପାତ ରୂପ ନେଲା ଲଘୁଚାପ,ଆହୁରି ୨ଦିନ ବର୍ଷିବ

ENO Beuro

ଏଞ୍ଜେଲ ପ୍ରିୟା ଜଣା ପଡିଯିବ ନୁଖୁରି ସାହୁ ବୋଲି ଜାଣନ୍ତୁ କିପରି ଆସିଲା ନୂଆ ନିୟମ

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More