EnewsOdia.Com

ଭାରତୀୟ ସୀମାରୁ ଉଦ୍ଧାର ହେଲା ଜିପିଏସ୍‌ ଲାଗିଥିବା ପାକିସ୍ତାନୀ ପକ୍ଷୀ

ପାକିସ୍ତାନ ତାର ପ୍ରକୃତି ଛାଡିବାକୁ ନାରାଜ। ଗୋଟିଏ ପରେ ଗୋଟିଏ ଆକ୍ରମଣ ପରେ ବି ନିଜର  କୁତ୍ସିତ ଯୋଜନାକୁ ବନ୍ଦ କରୁନି ପାକିସ୍ତାନ। ଭାରତକୁ ବାରମ୍ବାର ଡ୍ରୋନ ପଠାଇବାରେ ବିଫଳ ହେବା ପରେ ଏକ ନୂଆ ଯୋଜନାର ଫନ୍ଦି ବାହାର କରିଛି। ଭାରତରେ ଆତଙ୍କବାଦ ଖେଳାଇବା ପାଇଁ ପାକିସ୍ତାନ କରିଥିବା ଯୋଜନା ଫସର ଫାଟିଛି। ରାଜସ୍ଥାନର ଜୈସଲମେରସ୍ଥିତ ପାକିସ୍ତାନୀ ସୀମାରେ ଲଗାଯାଇଥିବା ତାରଜାଲିରୁ ଏକ ଜିପିଏସ୍‌ ଲାଗିଥିବା ସାଇବେରିୟାନ୍‌ ପକ୍ଷୀ ଉଦ୍ଧାର କରାଯାଇଛି। ସୀମା ସୁରକ୍ଷା ବଳର ଯବାନ ପକ୍ଷୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଚିକିତ୍ସା ପାଇଁ ଜୈସଲମେର ପଠାଇବା ବେଳେ ରାସ୍ତାରେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଉଦ୍ଧାର ବେଳେ ପକ୍ଷୀଟିର ଗୋଡ଼ରେ ଜିପିଏସ୍‌ ଏବଂ ଏକ ଟ୍ୟାଗ୍‌ ଲାଗିଥିବା ସୂଚନା ମିଳିଛି।

ପକ୍ଷୀଟିର ଗୋଡ଼ରେ ଜିପିଏସ୍‌ ଲାଗିଥିବାରୁ ବିଏସ୍‌ଏଫ୍‌ ମାମଲାକୁ ଗମ୍ଭୀରତାର ସହ ନେଇଛି। କିଛିଦିନ ପୂର୍ବରୁ ଶ୍ରୀଗଙ୍ଗାନଗର ଠାରେ ମଧ୍ୟ ସୀମା ଆରପଟୁ ଆସିଥିବା ଏକ ପାରା ଉଦ୍ଧାର କରାଯାଇଥିଲା। ପାରାର ପର ଓ ଡାହାଣ ପଟେ ଉର୍ଦ୍ଦୁ ଭାଷାରେ ଏକ ମୋହର ଲାଗିଥିବା ଦେଖିବାକୁ ମିଳିଥିଲା। ତେବେ ପୂର୍ବରୁ ମଧ୍ୟ ସୀମାରୁ ଏଭଳି ପାକିସ୍ତାନର ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ପକ୍ଷୀ ଉଦ୍ଧାର କରାଯାଇଛି। ପ୍ରାୟତଃ ପାରାଙ୍କ ଦେହରେ ଉର୍ଦ୍ଦୁ ଭାଷାରେ କିଛି ନମ୍ବର କିମ୍ବା ଇରଫାନ୍‌ ଓ ମରଫାନ୍‌ ଲେଖାଯାଇଥିବା ପକ୍ଷୀ ଉଦ୍ଧାର ହୋଇଥାନ୍ତି। ପାରାକୁ ଧରିବା ପରେ ପୋଲିସ ଓ ଇଣ୍ଟେଲିଜେନ୍ସ ଏଜେନ୍ସିର ଟିମ୍‌ ତଦନ୍ତ କରିବା ପରେ ସାଂଘାତିକ ସତ ଜାଣିବାକୁ ପାଇଛନ୍ତି।

ପଢନ୍ତୁ: ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

ସମ୍ବନ୍ଧିତ ଖବର

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana

ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

Ratnamani Maharana

ଭାରତ ସହ ଡାକ ସେବା ବନ୍ଦ କଲା ପାକିସ୍ତାନ

Ratnamani Maharana

ସ୍ବର୍ଗଦ୍ବାରର ହେବ ନବକଳେବର, ବିଜୁଙ୍କ ସମାଧି ଭାଙ୍ଗିବାକୁ ନବୀନଙ୍କ ଘୋଷଣା

Ratnamani Maharana

ଆରମ୍ଭ ହେଲା ବିଜେଡିର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ

Ratnamani Maharana

ଦୁର୍ନୀତି ବିରୋଧରେ ଶପଥପାଠ, ଲାଞ୍ଚ ନ ନେବାକୁ ଶପଥ ନେଲେ ସରକାରୀ କର୍ମଚାରୀ

Ratnamani Maharana