ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଭାରତର ଯେକୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯିଏ ପାକିସ୍ତାନର ଯେକୌଣସି ଡିଗ୍ରୀ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଇଚ୍ଛା କରନ୍ତି, ପାକିସ୍ତାନରେ ପ୍ରାପ୍ତ ଶିକ୍ଷାଗତ ଯୋଗ୍ୟତା (ଯେକୌଣସି ବିଷୟ) ଆଧାରରେ ଭାରତର ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ।
ପାକିସ୍ତାନରେ ପଢିଥିଲେ ଭାରତରେ ମିଳିବନି ଚାକିରି । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏବଂ ଏଆଇସିଟିଇ(AICTE) ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏଭଳି ବଡ ଚେତାବନୀ ଦେଇଛି । ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଭୁଲରେ ଆଡମିଶନ କରନ୍ତୁ ନାହିଁ । ନଚେତ୍ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା ଲାଭ କରିବାକୁ ଯୋଗ୍ୟ ହେବେ ନାହିଁ । ଛାତ୍ରଛାତ୍ରୀମାନଙ୍କୁ UGC ଏବଂ AICTE ପକ୍ଷରୁ ମିଳିତ ଭାବେ ଏହା କୁହାଯାଇଛି ।ଭାରତର ଯେକୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯିଏ ପାକିସ୍ତାନର ଯେକୌଣସି ଡିଗ୍ରୀ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଇଚ୍ଛା କରନ୍ତି, ପାକିସ୍ତାନରେ ପ୍ରାପ୍ତ ଶିକ୍ଷାଗତ ଯୋଗ୍ୟତା (ଯେକୌଣସି ବିଷୟ) ଆଧାରରେ ଭାରତର ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ । ପାକିସ୍ତାନରେ ଉଚ୍ଚଶିକ୍ଷା ହାସଲ କରିଥିବା ତଥା ଭାରତ ଦ୍ବାରା ନାଗରିକତ୍ବ ପ୍ରାପ୍ତ ପ୍ରବାସୀ ଅବା ସେମାନଙ୍କ ପିଲାମାନେ MHA ରୁ ସୁରକ୍ଷା କ୍ଲିୟରାନ୍ସ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ । ଏନେଇ ୟୁଜିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ସୂଚନାଥାଉ କି, କିଛି ଦିନ ତଳେ ଉଭୟ UGC ଓ AICTE ମିଳିତ ଆଡ଼ଭାଇଜାରୀ ଜାରି କରି କହିଥିଲେ ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ଚୀନର ବିଶ୍ବବିଦ୍ୟାଳୟମାନଙ୍କରେ ଆଡମିଶନ ନିଅନ୍ତୁ ନାହିଁ ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।