SPORTS

କଳିଙ୍ଗରେ ହୋଇପାରେ ପୁଣି ଭାରତ-ପାକିସ୍ତାନ ପ୍ରୋ-ହକି ଲିଗ!

India Vs Pakistan Hockey Match Kalinga Stadium Thumbnail 750x430

କଳିଙ୍ଗ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ  ହକି ଦଳ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି। ଅକ୍ଟୋବର ଶେଷ ଆଡ଼କୁ ଖେଳାଯିବାକୁ ଥିବା‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଅନ୍ତର୍ଗତ ‌ଏହି ମ୍ୟାଚ୍ ଖେଳାଯାଇପାରେ। ତେବେ ଆସନ୍ତା ୯ ତାରିଖରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଏହି ପ୍ରତିଯୋଗିତାର ଡ୍ର’ ତାଲିକା ପ୍ରକାଶ କରିବା ପରେ ଚିତ୍ର ସ୍ପଷ୍ଟ ହେବ। ସେପଟେ କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣାଙ୍କ ଟ୍ବିଟ୍ ଏହି ଆଶାକୁ ଦ୍ବିଗୁଣିତ କରିଛି।

ସୂଚନାଯୋଗ୍ୟ ଯେ ଗତବର୍ଷ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ବକପ୍‌  ଲାଗି ପାକିସ୍ତାନ ଦଳ ଭୁବନେଶ୍ବର ଆସିଥିଲା। ହେଲେ ଭାରତ ପୁଲ-ସିରେ ଥିଲା ବେଳେ ପାକିସ୍ତାନ ପୁଲ୍ ଡି’ରେ ରହିଥିଲା। ଏଣୁ ଲିଗ୍ ପର୍ଯ୍ୟାୟରେ ଉଭୟ ମୁହାଁମୁହିଁ ହୋଇ ନଥିଲେ। କ୍ରସ୍ ଓଭରରେ ମଧ୍ୟ ଏହି ସୁଯୋଗ ନଥିଲା। ଉଭୟ ଦଳ କ୍ରସଓଭର ପର୍ଯ୍ୟାୟରୁ ବିଦାୟ ନେଇଥିବାରୁ ଭାରତ-ପାକିସ୍ତାନ ଲଢ଼େଇ ସ୍ଥାନୀୟ ହକି ପ୍ରେମୀ ଦେଖି ପାରି ନଥି‌ଲେ।

ପଢନ୍ତୁ: ଇତିହାସ ରଚିଲେ ମେରି କମ୍, ମିଳିଲା ଏସିଆର ସର୍ବଶ୍ରେଷ୍ଠ ମହିଳା ଆଥଲେଟର ପୁରସ୍କାର

Related posts

ଫିଫା ବିଶ୍ୱକପ୍‌: ଫାଇନାଲରେ କ୍ରୋଏସିଆ-ଫ୍ରାନ୍ସ

ENO Beuro

ବାରବାଟୀ ଆସିପାରନ୍ତି ବାହୁବଳୀ ପ୍ରଭାସ

ENO Beuro

ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି

ENO Beuro

1 comment

ଗଣିତରେ ଅତ୍ୟନ୍ତ ଦୁର୍ବଳ ଥି‌ଲେ କ୍ରିକେଟ ତାରକା ବିରାଟକୋହଲି September 9, 2019 at 3:08 pm

[…] କଳିଙ୍ଗରେ ହୋଇପାରେ ପୁଣି ଭାରତ-ପାକିସ୍ତାନ… […]

Leave a Comment