SPORTS

ମହିଳା ହକି : ୩-୧ରେ ସିରିଜ ଜିତିଲା ଭାରତ

ଅନ୍ତିମ ମ୍ୟାଚ୍‌ ଡ୍ର

ଭାରତୀୟ ମହିଳା ହକି ଦଳ ଆୟୋଜକ ଦକ୍ଷିଣ କୋରିୟା ବିପକ୍ଷ ଅନ୍ତିମ ମ୍ୟାଚକୁ ୧-୧ରେ ଡ୍ର ରଖି ଖେଳିଛି । ଭାରତୀୟ ମହିଳା ହକି ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଦମ୍‌ଦାର ଢଙ୍ଗରେ ଶେଷ କରିଛି। ମାତ୍ର ଗୋଟିଏ ମ୍ୟାଚ୍‌ ହାରିବା ସତ୍ତ୍ୱେ ଭାରତ ୩-୧ରେ ଶୃଙ୍ଖଳା କବ୍‌ଜା କରିନେଇଛି ।

ମୁକାବିଲା ଆରମ୍ଭରୁ ସଂଘର୍ଷପୂର୍ଣ ରହିଥିଲା । ଉଭୟ ଦଳ ଆକ୍ରାତ୍ମକ ଖେଳିଥିଲେ । ଘରୋଇ ଦଳର ରଣନୀତି ସହ ପରିଚିତ ଭାରତୀୟ ଖେଳାଳି ଛୋଟ ଛୋଟ ପାସ ବିନିମୟରେ ସୁଯୋଗ ସୃଷ୍ଟି କରିଥିଲା ।

ପ୍ରଥମ ଦୁଇଟି ମ୍ୟାଚ୍‌କୁ ଯଥାକ୍ରମେ ୧-୦ ଓ ୩-୨ ଗୋଲ୍‌ରେ ଜିତିବା ପରେ ଭାରତୀୟ ଦଳ ତୃତୀୟ ମ୍ୟାଚ୍‌କୁ ୧-୨ରେ ହାରିଯାଇଥିଲା । ହେଲେ ଶୁକ୍ରବାର ଚତୁର୍ଥ ମ୍ୟାଚ୍‌ରେ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦକ୍ଷିଣ କୋରିଆକୁ ୩-୧ ଗୋଲ୍‌ରେ ପରାସ୍ତ କରି ୩-୧ରେ ଆଗୁଆ ରହିଥିଲା। ରବିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିବାରୁ ଭାରତ ୩-୧ରେ ଶୃଙ୍ଖଳା ଜିତିନେଇଛି ।

ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେବାକୁ ମିଳିଥିଲା । ଉଭୟ ଦଳ ଉପଯୁକ୍ତ ରଣକୌଶଳ ଦ୍ୱାରା ଗୋଲ୍‌ ସ୍କୋର କରିବାକୁ ପ୍ରୟାସ ଜାରି ରଖିôଥିଲେ । ୪୮ ମିନିଟ୍‌ରେ ଭାରତୀୟ ଦଳର ଅଧିନାୟିକା ରାଣୀଙ୍କ ଠାରୁ ପାସ୍‌ ପାଇ ବନ୍ଦନା କଟାରିଆ ଗୋଲ୍‌ ସ୍କୋର୍‌ କରି ଦଳକୁ ୧-୦ ଗୋଲ୍‌ରେ ଅଗ୍ରଣୀ କରାଇ ପାରିଥିଲେ । ତେବେ ୫୦ ମିିନିଟ୍‌ରେ ଦକ୍ଷିଣ କୋରିଆ ତରଫରୁ ବୋମି କିମ୍‌ ଗୋଲ୍‌ ସ୍କୋର କରି ଖେଳକୁ ସମାନ ସ୍ତରକୁ ଆଣିଥିଲେ ।

ଖେଳର ୫୪ ମିନିଟ୍‌ରେ ଦକ୍ଷିଣ କୋରିଆକୁ ଏକ ପେନାଲଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳର ଖେଳାଳିମାନେ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହେବାରୁ ମ୍ୟାଚ୍‌ ଅମୀମାସିଂତ ରହିଥିଲା ।

ପଢନ୍ତୁ ;

ତାମିଲନାଡୁର ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ : ୯ ପର୍ବତାରୋହୀଙ୍କ ମୃତ୍ୟୁ

Related posts

ପଞ୍ଚମ ଦିନିକିଆ : ଭାରତ ୯ ୱିକେଟରେ ବିଜୟୀ

ENO Beuro

ବିଶ୍ଵ ବିଲିୟାର୍ଡ୍ସ : ପଙ୍କଜଙ୍କୁ ୨୦ତମ ଟାଇଟଲ

ENO Beuro

ପ୍ରଥମ ଦିନିକିଆ: ଭାରତ ୮ ୱିକେଟରେ ବିଜୟୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More