ଏବେ ରେଳ ଯାତ୍ରୀମାନଙ୍କୁ ମିଳିବ ଏୟାରଲାଇନ୍‌ସ ସୁବିଧା - ରେଳବାଇ

ଏବେ ରେଳ ଯାତ୍ରୀମାନଙ୍କୁ ମିଳିବ ଏୟାରଲାଇନ୍‌ସ ସୁବିଧା – ରେଳବାଇ

ଏବେ ରେଳ ଯାତ୍ରୀପାଇବେ ଏୟାରଲାଇନ୍‌ସ ସୁବିଧା ବୋଲି ରେଳବାଇ ପକ୍ଷରୁ ପ୍ରକାଶ । କିଛିଦିନ ହେଲାଣି ଟ୍ରେନରେ ଦିଆଯାଉଥିବା ଖାଦ୍ୟ ନିମ୍ନାମାନର ବୋଲି ବାରମ୍ବାର ଅଭିଯୋଗ ଆସିବା ପରେ ଏବେ ରେଳବାଇ ଏଥିପାଇଁ ସମାଧାନର ବାଟ ପ୍ରସ୍ତୁତିରେ ଲାଗିପଡିଛି । ବିଭିନ୍ନ ଟ୍ରେନ୍‌ରେ ଉନ୍ନତମାନର ଖାଦ୍ୟ ପରିବେଷଣ ପାଇଁ ରେଳବାଇ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ରେଳବାଇ ତାର ଯାତ୍ରୀମାନଙ୍କ ପାଇଁ ଏୟାରଲାଇନ୍‌ସଗୁଡ଼ିକ ଦିଆଯାଉଥିବା ଖାଦ୍ୟ ମେନୁକୁ ପ୍ରଚଳନ କରିବାକୁ ଯାଉଛି। ଏୟାରଲାଇନ୍‌ସ ଗୁଡ଼ିକରେ ଯେପରି ଯାତ୍ରୀମାନଙ୍କୁ ଡ୍ରାଏ ଫୁଡ୍‌ ଦିଆଯାଏ, ଠିକ୍‌ ସେହିପରି ଖାଦ୍ୟ ଆଗାମୀ ଦିନରେ ଟ୍ରେନ୍‌‍ ଯାତ୍ରୀଙ୍କୁ ମିଳିବାକୁ ଯାଉଛି।

ରେଳବାଇର ଯାତ୍ରୀଙ୍କ ଖାଦ୍ୟ ମେନୁ ସମ୍ପର୍କିତ କମିଟି ଏ ନେଇ ଏକ ପ୍ରସ୍ତାବ ରେଳବାଇ ବୋର୍ଡକୁ ପ୍ରଦାନ କରିଛି। ଖୁବ୍‌ ଶୀଘ୍ର ରେଳବାଇ ବୋର୍ଡ ବୈଠକରେ ଏ ପ୍ରସ୍ତବ ଉପରେ ସମ୍ମତି ଲାଗାଇବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ।
ତେବେ, ରେଳବାଇ କେବଳ ମେନୁ ପରିବର୍ତ୍ତନ କରିବାକୁ ଯାଉ ନାହିଁ। ମେନୁ ସହିତ ଏହାର ଦର ମଧ୍ୟ ପୁନଃନିର୍ଦ୍ଧାରଣ କରାଯିବ। ଫଳରେ ଯାତ୍ରୀମାନଙ୍କୁ କିଛି ଅଧିକ ପଇସା ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡ଼ିପାରେ।

ଏଥିସହିତ ରେଳବାଇର ଯାତ୍ରୀଙ୍କ ଖାଦ୍ୟ ମେନୁ ସମ୍ପର୍କିତ କମିଟି ମଧ୍ୟ ପ୍ରସ୍ତାବ ଦେଇଛି ଯେ ରେଳବାଇ ଏହାର ଯାତ୍ରୀମାନଙ୍କୁ ରେଡି ଟୁ ଇଟ୍‌ ବର୍ଗର ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇ ଦେବା ଉଚିତ । ତେବେ ରେଳବାଇ ଯେଉଁ ଖାଦ୍ୟ ଆଗାମୀ ଦିନରେ ପରଷିବାକୁ ଯାଉଛି ସେଥିରେ ଗ୍ରେଭି ବା ଝୋଳ ରହିବ ନାହିଁ। ସେହିପରି ଯାତ୍ରୀମାନଙ୍କୁ ନିରାମିଷ ବିରିଆନୀ, ରାଜମା ଚାଉଳ, ଲଡୁ, ପଲାଉ ଆଦି ଖାଦ୍ୟ ପରଷିବା ପାଇଁ କମିଟି ସୁପାରିଶ କରିଛି।

ଏବେ ରେଳ ଯାତ୍ରୀମାନଙ୍କୁ ମିଳିବ ଏୟାରଲାଇନ୍‌ସ ସୁବିଧା - ରେଳବାଇ

ପଢନ୍ତୁ, ବରିଷ୍ଠ ସିନେ ସାମ୍ବାଦିକ ତପନ ଘୋଷ ଙ୍କର ପରଲୋକ, ସିନେଜଗତରେ ଶୋକର ଛାୟା