News

ଶକ୍ତି ଓ ଖଣି ଭଳି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଶକ୍ତି, ଅକ୍ଷୟ ଉର୍ଜା, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ପ୍ରଗତିକୁ ସମୀକ୍ଷା କରିଛନ୍ତି। ଦୁଇ ଘଂଟା ଧରି ଚାଲିଥିବା ସମୀକ୍ଷା ବୈଠକରେ ଭିତ୍ତିଭୂମି କ୍ଷେତ୍ର ସହିତ ସଂପୃକ୍ତ ମନ୍ତ୍ରଣାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିବାହୀ ଶ୍ରୀ ଅମିତାଭ କାନ୍ତଙ୍କ ଉପସ୍ଥାପନା ସମୟରେ ଜଣାପଡିଥିଲା ଯେ ଭାରତରେ ସ୍ଥାପିତ ଶକ୍ତି ଉତ୍ପାଦନ କ୍ଷମତା ୩୪୪ ଗିଗାୱାଟକୁ ବୃଦ୍ଧି ପାଇଛି । ଭାରତରେ ଶକ୍ତିର ନିଅଂଟ ୨୦୧୪ରେ ୪ ପ୍ରତିଶତରୁ ଉର୍ଦ୍ଧ୍ଵ ଥିଲାବେଳେ, ୨୦୧୮ରେ ଏହା ଏକ ପ୍ରତିଶତରୁ କମରେ ପହଂଚିଛି । ବିଦ୍ୟୁତ ସରବରାହ ଲାଇନ, ଟ୍ରାନ୍ସଫର୍ମର କ୍ଷମତା ଏବଂ ଆନ୍ତଃ-ଆଂଚଳିକ ସଂଚାରଣରେ ଆଖିଦୃଶିଆ କ୍ଷମତା ସଂଯୋଗ କରାଯାଇଛି । ବିଶ୍ୱ ବ୍ୟାଙ୍କର “ବିଦ୍ୟୁତ ଶକ୍ତି ଉପଲବ୍ଧିରେ ସହଜତା” ସୂଚକାଙ୍କରେ ୨୦୧୪ରେ ଭାରତର ସ୍ଥାନ ୯୯ ଥିଲାବେଳେ ଏହା ବୃଦ୍ଧି ପାଇ ସମ୍ପ୍ରତି ୨୬ରେ ପହଂଚିଛି । ସୌଭାଗ୍ୟ ଯୋଜନା ଅଧୀନରେ ଆବାସ ବିଦ୍ୟୁତକରଣ କ୍ଷେତ୍ରରେ ପ୍ରଗତିକୁ ସମୀକ୍ଷା କରାଯାଇଥିଲା । ଉଭୟ ସହରାଂଚଳ ଏବଂ ଗ୍ରାମାଂଚଳରେ ଶେଷ ମାଇଲ ସଂଯୋଗ ଉପରେ ଆଲୋଚନା କରାଯାଇଥିଲା । ନୂତନ ଓ ଅକ୍ଷୟ ଶକ୍ତିକ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ସ୍ଥାପିତ କ୍ଷମତା ବୃଦ୍ଧିପାଇ ପାଖାପାଖି ଦ୍ୱିଗୁଣିତ ହୋଇଛି । ୨୦୧୩-୧୪ ରେ ଏହା ୩୫.୫ ଗିଗାୱାଟ ଥିଲା ବେଳେ ୨୦୧୭-୧୮ରେ ଏହା ପାଖାପାଖି ୭୦ ଗିଗାୱାଟରେ ପହଂଚିଛି । ସୌର ଶକ୍ତି କ୍ଷେତ୍ରରେ ସ୍ଥାପିତ କ୍ଷମତା ଏହି ସମୟ ମଧ୍ୟରେ ୨.୬ ଗିଗାୱାଟରୁ ୨୨ ଗିଗାୱାଟରେ ପହଂଚିଛି । ପଦାଧିକାରୀମାନେ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ ଯେ ଭାରତ ସଠିକ ରାସ୍ତାରେ ଅଛି ଏବଂ ୨୦୨୨ ସୁଦ୍ଧା ସହଜରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୭୫ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରାଯାଇ ପାରିବ।

nitiayaog  ପ୍ରଧାନମନ୍ତ୍ରୀ ଶକ୍ତି ଓ ଖଣି ଭଳି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ nitiayaog

ପଦାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁପ୍ରେରିତ କରିଥିଲେ ଯେ ସୌର ପମ୍ପ, ବ୍ୟବହାର ସୁଲଭ ସୌର ରନ୍ଧନ ସମାଧାନ ପନ୍ଥା ଆଦି ଉପଯୁକ୍ତ ବ୍ୟବସ୍ଥା ମାଧ୍ୟମରେ ସୌର ଶକ୍ତି କ୍ଷମତା ବୃଦ୍ଧିର ଲାଭ କୃଷକମାନଙ୍କ ପାଖରେ ପହଂଚିବା ନେଇ ସେମାନେ ନିଶ୍ଚିତ କରନ୍ତୁ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଧାର୍ଯ୍ୟ ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷରେ ସହଜରେ ହାସଲ କରାଯାଇ ପାରିବ । କୋଇଲା କ୍ଷେତ୍ରରେ ଉତ୍ପାଦନ କ୍ଷମତାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ପଢନ୍ତୁ; ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ

Related posts

୫୨ଜଣ ଅମରନାଥ ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଥିବା ଡ୍ରାଇଭରଙ୍କୁ ସାହସିକତା ପୁରସ୍କାର

ENO Beuro

ଓଏଏସ୍‌ ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଉଦ୍‌ଯାପିତ

ENO Beuro

ରସଗୋଲା ବିବାଦ:ଜବାବ ଦାଖଲ ପାଇଁ ଓଡିଶା ଓ ପଶ୍ଚିମବଙ୍ଗକୁ ହାଇକୋର୍ଟଙ୍କ ନୋଟିସ୍‌

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More