EnewsOdia.Com

ଫେବୃଆରୀ ୨୫ରେ ଭାରତରେ ଲଞ୍ଚ୍‌ ହେବ 5G ସ୍ମାର୍ଟଫୋନ୍‌

ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ଲଞ୍ଚ୍‌ ହେବାକୁ ଥିବା Vivoର ଏହି ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ iQOO 3 ଫେବୃଆରୀ ୨୫ ତାରିଖ ଦିନ ୧୨ଟାରେ ଲଞ୍ଚ୍‌ ହେବ। ଫୋନ୍‌ଟି ଲଞ୍ଚ୍‌ ହେବାପରେ ଏହା Flipkart and IQOO.comରେ ଉପଲ୍ଲବ୍ଧ ହେବବୋଲି ଜଣାପଡ଼ିଛି। ଏହି ଫୋନ୍‌ରେ ଲାଟେଷ୍ଟ୍‌ ପ୍ରୋସେସର୍‌ snapdragon 865 ରହିଛି।

ଯଦିଓ ଏହାର ମୂଲ୍ୟ କେତେ ଜଣାପଡ଼ିନାହିଁ ତେବେ ଏହି ଫୋନ୍‌ର କିଛି ଫିଚର୍ସ ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି, ଏହି ଫୋନ୍‌ରେ ଥିବା ଫିଚର୍ସ ଅନ୍ୟ ଫୋନ୍‌ର ଫିଚର୍ସଠୁ ଅଲଗା। ଖାଲି ଫିଚର୍ସ ନୁହେଁ, ପାୱାରଫୁଲ୍‌ ବ୍ୟାଟେରୀ, ଲାଟେଷ୍ଟ୍‌ ପ୍ରୋସେସର୍‌ ମଧ୍ୟ ରହିଛି ଏହି ଫୋନ୍‌ରେ। ପୂର୍ବରୁ ଶୁଣିବାକୁ ମିଳିଥିଲା, iQOOର 5G ସ୍ମାର୍ଟଫୋନ୍‌ ଅନ୍ୟ 5G ସ୍ମାର୍ଟଫୋନ୍‌ ଅପେକ୍ଷା ଟିକେ ଶସ୍ତା ରହିବ। ତେବେ ଲଞ୍ଚ୍‌ ହେବାପରେ ଫୋନ୍‌ର ପ୍ରକୃତ ମୂଲ୍ୟ ସମ୍ପର୍କରେ ଜଣାପଡ଼ିବ।

ପଢନ୍ତୁ: ୮୪ ହଜାର କୋଟିରୁ ଅଧିକ ଟଙ୍କା ନଷ୍ଟ କରିଦେବ ଚୀନ୍

ସମ୍ବନ୍ଧିତ ଖବର

ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଆରମ୍ଭ

Ratnamani Maharana

୬ ଦିନ ବଦଳରେ ୪ ଦିନ କାର୍ଯ୍ୟଦିବସ ପାଇଁ ପ୍ରସ୍ତାବ

Ratnamani Maharana

ମାର୍ଚ୍ଚ ୩, ସକାଳ ୬ରେ ଫାଶୀରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମକାରୀ

Ratnamani Maharana

ବୋଝ ଉପରେ ଲଳିତା ବିଡ଼ା; ଡାଲି ଦର ୧୦୦ ଟଙ୍କା ଡେଇଁଲା

Ratnamani Maharana

ନୂଆବର୍ଷରୁ ବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ୍ ?

Ratnamani Maharana

ଆଜିଠୁ ଖଣ୍ଡଗିରିରେ ଯାତ୍ରା ମହାସମର

Ratnamani Maharana