Loading...

ଏଣିକି upi ମାଧ୍ୟମରେ ବି ଏଟିଏମରୁ ଟଙ୍କା ଉଠାଇପାରିବେ ଗ୍ରାହକ

ଏଣିକି upi ମାଧ୍ୟମରେ ବି ଏଟିଏମରୁ ଟଙ୍କା ଉଠାଇପାରିବେ ଗ୍ରାହକ

ଭାରତରେ ପ୍ରଥମ ୟୁପିଆଇ ଏଟଏମ୍ ଲଞ୍ଚ ହୋଇସାରିଛି। ସୂଚନାନୁସାରେ, ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିିନଟେକ୍ ଫେଷ୍ଟରେ ଏହାକୁ ପ୍ରଦର୍ଶନ କରାଯାଇଛି ।

ଭାରତରେ ପ୍ରଥମ ୟୁପିଆଇ ଏଟଏମ୍ ଲଞ୍ଚ ହୋଇସାରିଛି। ସୂଚନାନୁସାରେ, ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିିନଟେକ୍ ଫେଷ୍ଟରେ ଏହାକୁ ପ୍ରଦର୍ଶନ କରାଯାଇଛି । ଜାପାନର ହିଟାଚି ପେମେଣ୍ଟ ସର୍ଭିସ୍ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ସହଭାଗୀତାରେ ଏହା କାର୍ଯ୍ୟ କରୁଛି । ଏହାକୁ ହ୍ୱାଇଟ୍ ଲେବଲ ଏଏଟିଏମ୍ ଦ୍ୱାରା କାର୍ଯ୍ୟକ୍ଷମ କରାଯାଇଛି । ଏହାଦ୍ୱାରା ୟୁଜର୍ସଙ୍କୁ ଏକାଧିକ ଆକାଉଣ୍ଟରୁ ୟୁପିଆଇ ଆପ୍ ଜରିଆରେ ଟଙ୍କା ଉଠାଣ କିମ୍ବା ପେମେଣ୍ଟ କରିବାର ସୁବିଧା ମିଳିବ ।

ମୁମ୍ବାଇର ଗ୍ଲୋବାଲ ଫିନଟେକ ତରଫରୁ ରବି ସୁତଞ୍ଜନୀ ଏହାର ଡେମୋ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ୟୁପିଆଇ ଏଟିଏମ ଗୋଟିଏ ଟଚ୍ ପ୍ୟାନେଲ ରୂପରେ ଦେଖାଯିବ । ଡାହାଣପଟେ ୟୁପିଆଇ କର୍ଡଲେସ୍ କ୍ୟାସ ଉପରେ ଟ୍ୟାପ କଲେ ଆଉ ଏକ ୱିଣ୍ଡୋ ଓପନ୍ ହେବ । ଏଥିରେ ଆପଣ କେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତାହାକୁ ସ୍କ୍ରିନରେ ଦିଆଯାଇଥିବା ଅପ୍ସନରୁ ଚୟନ କରିବାକୁ ପଡିବ । ଏହାପରେ ସ୍କ୍ରିନରେ ଏକ କ୍ୟୁଆର କୋଡ୍ ଆସିବ । ଏଥର କୌଣସି ୟୁପିଆଇ ଆପ୍ ବ୍ୟବହାର କରି ଏହାକୁ ସ୍କାନ କରିବାକୁ ପଡିବ । କୋଡ୍ ସ୍କାନ ହେବା ପରେ ୟୁଜର୍ସଙ୍କୁ ନିଜର ଇଚ୍ଛିତ ବ୍ୟାଙ୍କ ଆକାଉଣ୍ଟ ବାଛିବା ଏବଂ କନଫର୍ମ ଉପରେ କ୍ଲିକ୍ କରିବାକୁ କୁହାଯିବ । ଏଥିରେ ୟୁପିଆଇ ପିନ୍ ଲେଖିବା ପରେ ଆପଣଙ୍କ ହାତକୁ ଏଟିଏମରୁ ଟଙ୍କା ଆସିଯିବ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.