News

ବିମାନ କର୍ମଚାରୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟଯୋଗୁଁ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି

ଦିଲ୍ଲୀ ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ଦ୍ୱାରା ହେଇଥିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ଆଲୋଡ଼ନ ସୃଷ୍ଟି କରିଛି । ଯାତ୍ରୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଜଣେ ୫୩ ବର୍ଷିୟ ଯାତ୍ରୀଙ୍କୁ ମାଡ ମାରି ଆହତ କରିଛନ୍ତି ବିମାନ କର୍ମଚାରୀ । ମାର୍‌ପିଟ ମାମଲା ଏ ସଂପର୍କିତ ଭିଡିଓ ଗଣମାଧ୍ୟମରେ ପ୍ରସାରଣ ହେବାପରେ ଆଜି ଇଣ୍ଡିଗୋ ସଭାପତି ଆଦିତ୍ୟ ଘୋଷ ବେସାମରିକ ବିମାନର ଚଳାଚଳ ମନ୍ତ୍ରାଳୟକୁ ବିସ୍ତରିତ ରିପୋର୍ଟ ଦେବା ସହ ଏ ବାବଦରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିପାଇଁ ଦାୟୀ କର୍ମଚାରୀଙ୍କୁ ତୁରନ୍ତ ବହିଷ୍କାର କରାଯାଇଥିବା ସେ କହିଛନ୍ତି।

ଗତମାସ ଅକ୍ଟୋବର ୧୫ରେ ଚେନ୍ନାଇରୁ ଦିଲ୍ଲୀ ଆସୁଥିବା ବିମାନଟି ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ପହଞ୍ଚିବା ପରେ ଦୁଇଜଣ ବିମାନର କର୍ମଚାରୀ ରାଜୀବ କାଟିଆଲ ନାମକ ୫୩ ବର୍ଷିୟ ବ୍ୟକ୍ତିଙ୍କୁ ମାଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ବିମାନ କର୍ମଚାରୀ ରାଜୀବଙ୍କୁ ମାଡ ମାରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରାଜୀବ କାଟିଆଲ ବିମାନରୁ ଓହ୍ଲାଇବା ପରେ ଟର୍ମିନାଲ ପର୍ଯ୍ୟନ୍ତ ଯିବାକୁ ବସକୁ ଅପେକ୍ଷା କରିଥିଲେ । କିନ୍ତୁ କୌଣସି କାରଣରୁ ରାଜୀବଙ୍କୁ ବସରେ ଚଢିବାକୁ ଦେଇନଥିଲେ ବିମାନ କର୍ମଚାରୀ । ଏଥିରେ ଉତ୍ତକ୍ଷିପ୍ତ ହୋଇଯାଇଥିଲେ ରାଜୀବ । ଏହାର କାରଣ ପଚାରିବାରୁ ବିମାନ କର୍ମଚାରୀ ତାଙ୍କୁ ଠେଲି ଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।

କେହି କିଛି ଭାବିବା ପୂର୍ବରୁ ଝଗଡା ଏତେ ଜୋରରେ ହୋଇଥିଲା ଯେ, ଧକ୍କା ମରାମରି ପର୍ଯ୍ୟନ୍ତ କଥା ବଢି ଯାଇଥିଲା । ଏହାକୁ ବିରୋଧ କରିବାରୁ ରାଜୀବଙ୍କୁ ତଳେ ପକାଇ ମାଡ ମାରିଥିଲେ ବିମାନ କର୍ମଚାରୀ । ଏପରିକି ତାଙ୍କୁ କିଛି ବାଟ ପଯ୍ୟନ୍ତ ଘୋଷାଡି ନେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଅଶୋକ ଗଜପତି ରାଜୁ କହିଛନ୍ତି, ଏହାକୁ ନେଇ ଇନ୍ଦିରା ଗାନ୍ଧି ବିମାନବନ୍ଦର କତ୍ତୃପକ୍ଷଙ୍କୁ ଏକ ରିପୋର୍ଟ ମଗାଯାଇଛି । ରିପୋର୍ଟ ଅନୁଯାୟୀ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । କିନ୍ତୁ ଏହି କଥା ପରେ ନିଶ୍ଚିନ୍ତ ଭାବରେ ଯାତ୍ରୀମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି ।

ବିମାନ କର୍ମଚାରୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟଯୋଗୁଁ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି    ବିମାନ କର୍ମଚାରୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟଯୋଗୁଁ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି

ପଢନ୍ତୁ, କଂପ୍ୟୁଟରୀକରଣ ହେବ ଡାକସେବା – ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଳା

Related posts

ଇଣ୍ଡୋନେସିଆରେ ଭୂକମ୍ପ-ସୁନାମି: ମୃତ୍ୟୁ ସଂଖ୍ୟା ୮୩୨

Krishna Kumar Manoj

ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ଆଧାର ନମ୍ବର ଯୋଡ଼ାଯିବ – କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

Krishna Kumar Manoj

ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More