News

ଇଣ୍ଡିଗୋ ଏୟାର ଲାଇନ୍ସ ବାତିଲ କଲା ୪୭ଟି ବିମାନର ଉଡ଼ାଣ

୮ଟି ଇଣ୍ଡିଗୋ , ୩ଟି ଗୋ ଏୟାର ବିମାନ ଉଡାଣ ନିଷିଦ୍ଧ

ଆକାଶରେ ଉଡିବନି ୮ଟି ଇଣ୍ଡିଗୋର ବିମାନ । ଉଡାଣ ବେଳେ ବିମାନର ଇଂଜିନ ଫେଲ ନେଇ ଖବର ଆସିବା ପରେ ବିମାନ କମ୍ପାନି ଗୁଡିକ ପାଇଁ ଅଡୁଆ ବଢିଛି । ଉଡାଣ ବେଳେ ବାରମ୍ବାର ଇଞ୍ଜିନ ଅଚଳ ହୋଇଯିବା ଯୋଗୁଁ ଇଣ୍ଡିଗୋ ଏୟାରଲାଇନ୍ସର  ୮ଟି ବିମାନର ଉଡାଣ ବନ୍ଦ କରିଦିଆଯାଇଛି । ଡିଜିସିଏ’ର ନିର୍ଦ୍ଦେଶ ମୁତାବତ ୪୭ ବିମାନର ଉଡାଣକୁ ମଧ୍ୟ ବାତିଲ କରାଯାଇଛି।

ଡିଜିସିଏର ନିର୍ଦେଶ ସମ୍ପର୍କରେ ଅବଗତ ଥିବା ନେଇ ଇଣ୍ଡିଗୋ କମ୍ପାନୀ କହିଛି। ଯେଉଁ ସବୁ ବିମାନର ଉଡାଣକୁ ନିଷିଦ୍ଧ କରାଯାଇଛି ସେହି ବିମାନର ଯାତ୍ରୀମାନଙ୍କୁ ଅନ୍ୟ ଇଣ୍ଡିଗୋର ଅନ୍ୟ ବିମାନରେ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ସେମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କମ୍ପାନୀ କହିଛି। ଗୋ ଏୟାରର ଫିଡବ୍ଲ୍ୟୁ ଜିଟିଏଫ ଇଞ୍ଜିନ ଥିବା ବିମାନର ଉଡାଣକୁ ନିଷିଦ୍ଧ କରାଯାଇଛି। ସୂଚନାଯୋଗ୍ୟ ସୋମବାର ଅହମଦାବାଦରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଆକାଶ ମାର୍ଗରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ବିମାନକୁ ଗୁଜରାଟରେ ଜରୁରୀ ଅବତରଣ କରାଯାଇଥିଲା।

ଦିଲ୍ଲୀ, ବମ୍ବେ, ମାଡ୍ରାସ୍‌, କଲିକତା, ହାଇଦ୍ରାବାଦ୍‌, ବାଙ୍ଗାଲୋର୍‌, ପାଟନା, ଶ୍ରୀନଗର, ଭୁବନେଶ୍ୱର, ଅମୃତସର, ଶ୍ରୀନଗର ଓ ଗୌହ୍ବାଟି ଆଦି ସହରକୁ ଯାଉଥିବା ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ସୂଚନାଯୋଗ୍ୟ, ଇଣ୍ଡିଗୋ ପ୍ରତିଦିନ ପ୍ରାୟ ଏକ ହଜାର ବିମାନର ଉଡ଼ାଣ କରିଥାଏ। ଘରୋଇ ପରିବହନ କ୍ଷେତ୍ରରେ ଇଣ୍ଡିଗୋର ୪୦ ପ୍ରତିଶତ ଅଂଶଧନ ଥିବାବେଳେ ଗୋ ଏୟାରର ୧୦ ପ୍ରତିଶତ ବଜାର ଅଂଶଧନ ରହିଛି।

ଇଣ୍ଡିଗୋ ଏୟାର ଲାଇନ୍ସ ବାତିଲ କଲା ୪୭ଟି ବିମାନର ଉଡ଼ାଣ indigo

ପଢନ୍ତୁ;

ପିଆଜ ପୁରୁଷମାନଙ୍କ ପାଇଁ କେତେ ଉପଯୋଗୀ ଜାଣନ୍ତୁ

Related posts

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ: ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ୧୪ଟି ସହର

ENO Beuro

ଭିଡିଓ କନଫରେନ୍‌ସିଂ ଜରିଆରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More