News

ଯାତ୍ରୀଙ୍କ ହୃଦଘାତ ଯୋଗୁଁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନର ଜରୁରୀ ଅବତରଣ

ବିମାନର ଜରୁରୀ ଅବତରଣ

ଦିଲ୍ଲୀରୁ ପୁଣେ ଯିବା ସମୟରେ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନର ମଧ୍ୟପ୍ରଦେଶ ଠାରେ ଜରୁରୀ ଅବତରଣ ହୋଇଥିଲା। ଏଥିରେ ଯାତ୍ରା କରୁଥିବା ସୁରେଶ କୁମାର ରାଣା ନାମକ ଜଣେ ୫୨ ବର୍ଷୀୟ ଯାତ୍ରୀଙ୍କର ହଠାତ୍‌ ହୃଦ୍‌ଘାତ ହେବାରୁ ବିମାନକୁ ଜରୁରୀ ଅବତରଣ କରାଗଲା। ଏହାପରେ ରାଣାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ ଯେ, ଜାନୁୟାରୀ ୨୪ ତାରିଖ ଦିନ ଏକ ଯାତ୍ରୀଙ୍କୁ ଠିକ ସମୟରେ ଅବତରଣ କରାନଯିବାରୁ ଯାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ପରିବାରଙ୍କର ଅଭିଯୋଗ ରହିଛି ଯେ, ଠିକ ସମୟରେ ଅମ୍ଳଜାନ ମିଳି ନଥିବାରୁ ଯାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା।

ଯାତ୍ରୀଙ୍କ ହୃଦଘାତ ଯୋଗୁଁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନର ଜରୁରୀ ଅବତରଣ ଯାତ୍ରୀଙ୍କ ହୃଦଘାତ ଯୋଗୁଁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନର ଜରୁରୀ ଅବତରଣ indigo

ପଢନ୍ତୁ;ଜାପାନରେ ବର୍ଷା ଆଣିଲା ବନ୍ୟା, ୧୦୪ ମୃତ ଏବଂ ୫୦ରୁ ଅଧିକ ନିଖୋଜ

Related posts

ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ:ଟ୍ରେନରେ ଯାତ୍ରା ସମୟରେ ମୃତ୍ୟୁ ହେଲେ ରେଲ ବିଭାଗ ଦେବ କ୍ଷତିପୂରଣ!

ଭାରତରେ ୧୨୧ ଅରବପତି : ପ୍ରଥମସ୍ଥାନରେ ମୁକେଶ ଅମ୍ବାନୀ

Krishna Kumar Manoj

ହୀରାକୁଦ ଜଳଭଣ୍ଡାରରେ ଅତିଥୀ ପକ୍ଷୀଙ୍କ ଆଗମନ, ମୁଖରିତ ହେଉଛି ହୀରାକୁଦର ଶାନ୍ତ ପରିବେଶ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More