News

ଧୂଆଁ ବାହାରିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

indigo

ଧୂଆଁ ବାହାରିବାଜନିତ ସତର୍କ ଘଣ୍ଟି ବାଜିବାରୁ ସୋମବାର ରାତିରେ ଏକ ଇଣ୍ଡିଗୋ ବିମାନ କୋଲକାତା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ସେଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ନିରାପଦରେ ବାହାରକୁ ଅଣାଯାଇଥିବା କଥା ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ ତରଫରୁ କୁହାଯାଇଛି।

indigo

ସୂଚନାଯୋଗ୍ୟ, 6 E-237 ବିମାନଟି ଜୟପୁରରୁ କୋଲକାତାକୁ ଆସୁ ଥିବା ବେଳେ ସେଥିରେ ଧୂଆଁ ଦେଖା ଦେଇଥିଲା। କିନ୍ତୁ, ବିମାନଟି ନିରାପଦରେ କୋଲକାତାରେ ଅବତଣ କରିଛି। ପାଇଲଟ୍‌ ଜରୁରୀ ଅବତରଣ କରିଥିଲେ ସୁଦ୍ଧା କୌଣସି ଯାତ୍ରୀଙ୍କର କିଛି ଅନିଷ୍ଟ ହୋଇ ନ ଥିଲା। A-320 ବିମାନରେ ପୂର୍ବରୁ କୌଣସି ତ୍ରୁଟି ଥିବାର ସୂଚନା ମିଳି ନ ଥିଲା। ଧୂଆଁ ବାହାରିବାର ପ୍ରକୃତ କାରଣ ଜଣା ପଡ଼ିନାହିଁ ।

ପଢନ୍ତୁ; ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା

Related posts

ଦିଲ୍ଲୀରେ ସାଇକ୍ଳୋଥନକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ENO Beuro

ଭିତରକନିକାରେ କୁମ୍ଭୀରଙ୍କ ସ˚ଖ୍ୟା ବୃଦ୍ଧି, ଏ ବର୍ଷ ବଢିଛନ୍ତି ୪୪

ENO Beuro

ଓଡିଶାକୁ ଆସୁଛି ଲଘୁଚାପ ,୧୦ରୁ ବର୍ଷା

ENO Beuro

Leave a Comment