News

ଯାତ୍ରୀଙ୍କୁ ଧମକ ଦେଲେ ଇଣ୍ଡିଗୋ କର୍ମଚାରୀ

କିଛି ଦିନ ପୂର୍ବରୁ ଇଣ୍ଡିଗୋ ବିମାନରେ ଯାତ୍ରୀମାନଙ୍କୁ ଖରାପ ବ୍ୟବହାର କରିଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା ଇଣ୍ଡିଗୋ । ଏବେ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ଡିସେମ୍ବରରେ ଯାତ୍ରୀମାନଙ୍କୁ ଇଣ୍ଡିଗୋ ବିମାନରୁ ବାହାରକୁ ଫିଙ୍ଗି ଦେବାକୁ ଧମକ ଦିଆଯାଇଥିବା କିଛି ଯାତ୍ରୀ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଏହି ଘଟଣା ଟି ଏବେ ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ମୁଖ୍ୟ କାର୍ଯ୍ୟକର୍ତ୍ତା ଜଣଙ୍କୁ  ଇଣ୍ଡିଗୋ କର୍ମଚାରୀ ଧମକ ଦେଇଥିଲେ ।

ସେ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ ଯେ ,ବିମାନ ଉଡ଼ାଣ ରଦ୍ଦ ହେବାରୁ ଇଣ୍ଡିଗୋ ବିମାନ ଯାତ୍ରୀମାନଙ୍କୁ ବିମାନରୁ ନ ବାହାରିଲେ ଜବରଦସ୍ତ ବାହାରେ ଫିଙ୍ଗି ଦେବୁ ବୋଲି ଇଣ୍ଡିଗୋ କର୍ତ୍ତୃପକ୍ଷ କହିଥିଲେ । ତାଙ୍କ କହିବା ଅନୁଯାୟୀ, ପ୍ରଥମେ ଯାତ୍ରୀମାନଙ୍କୁ ବୋର୍ଡିଙ୍ଗ୍‌ କରିବା ପାଇଁ କହି ପରେ ବିମାନ ଉଡାଣକୁ ରଦ୍ଦ କରିଥିଲା ଇଣ୍ଡିଗୋ । ଏହା ପରେ ସବୁ ଯାତ୍ରୀମାନଙ୍କ ସହ ଖରାପ ବ୍ୟବହାର କରିବା ସହ ତାଙ୍କୁ ଜବରଦସ୍ତ ବାହାରକୁ ଯିବା ପାଇଁ ଇଣ୍ଡିଗୋ କର୍ତ୍ତୃପକ୍ଷ କହିଥିଲେ ବୋଲି ଯାତ୍ରୀ ଜଣଙ୍କ ଲେଖିଛନ୍ତି ।

କମ୍ପାନିର କହିବା ଅନୁଯାୟୀ ଇଣ୍ଡିଗୋ ବିମାନ 6E-633(କୋଲକାତା-ପାଟନା-ଲକ୍ଷ୍ନୌ)ଡ଼ିସେମ୍ବର ୩୦ ରାତି ୮.୩୦ରେ ପାଟନା ଛାଡ଼ିବ ବୋଲି ଯୋଜନା କରାଯାଇଥିଲା । କିନ୍ତୁ ପାଗ ଖରାପ ହେବାରୁ ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ବିମାନକୁ ରଦ୍ଦ କରାଯାଇଥିଲା । ବିମାନ ରଦ୍ଦ ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଯୋଗେ ସେମାନଙ୍କର ଯିବା ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ସୂଚନା ଦିଆ ଯାଇଥିଲା । କିନ୍ତୁ ବିମାନ ମଧ୍ୟରେ ଥିବା ୨୦ ଜଣ ଯାତ୍ରୀ ବିମାନରୁ ବାହାରିବାକୁ ରାଜି ହୋଇ ନଥିଲେ । ଆମ କର୍ମଚାରୀମାନେ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବିମାନରୁ ବାହାରି ନ ଥିଲେ ବୋଲି ଇଣ୍ଡିଗୋ ତରଫରୁ କୁହାଯାଇଛି ।

ପଢନ୍ତୁ ;

ଆପଣ ଛୋଟ ପିଲାଙ୍କୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଦେଉଛନ୍ତି କି ?ଏହା ତାଙ୍କ ପାଇଁ କ୍ଷତିକାରକ ହୋଇପାରେ, ଜାଣନ୍ତୁ କାରଣ

Related posts

Mobile Medical Units (MMUs) Started To Provide Healthcare Facilities In Rural Odisha

ENO Beuro

ଲଜ୍ଜା: ବାପା ଆଖି ସାମ୍ନାରେ ଝିଅକୁ ଗଣଦୁଷ୍କର୍ମ

ENO Beuro

ସରିଲା ଗଣନା: ଚିଲିକାରେ ୧୦ଲକ୍ଷ ୪୮ ହଜାର ପକ୍ଷୀ,ଏଥର ଆସିଛନ୍ତି ୧୮୧ ପ୍ରଜାତି

ENO Beuro

1 comment

Leave a Comment