EnewsOdia.Com

ସୋନିଆ ଗାନ୍ଧିଙ୍କ ଉଦାହରଣ ଦେଇ ନିର୍ଭୟା ଦୋଷୀଙ୍କୁ କ୍ଷମା କରିବାକୁ କହିଲେ ଇନ୍ଦିରା ଜୟସିଂହ

ସାରା ଦେଶର ଲୋକ ଅପେକ୍ଷା କରିରହିଛନ୍ତି ଫେବ୍ରୁଆରି ୧କୁ। ଏହି ଦିନରେ ଫାଶୀ ପାଇବେ ନିର୍ଭୟା ଦୋଷୀ। ନିର୍ଭୟାକାଣ୍ଡର ଦୋଷୀଙ୍କୁ କ୍ଷମା କରିଦିଅନ୍ତୁ ଆଶାଦେବୀ। ନିଜ ଝିଅର ହତ୍ୟାକାରୀଙ୍କୁ କ୍ଷମା କରିବାକୁ ନିର୍ଭୟାଙ୍କ ମା ଆଶାଦେବୀଙ୍କୁ ନିବେଦନ କରିଛନ୍ତି ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ। ପଟିଆଲା ହାଉସ କୋର୍ଟ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇବା ପରେ ଆଶାଦେବୀ ହତୋତ୍ସାହିତ ହୋଇପଡ଼ିଥିବା ଦେଖି ସେ ଏହି ପରାମର୍ଶ ଦେଇଛନ୍ତି। ସେ ଆଶା ଦେବୀଙ୍କୁ ଅନୁରୋଧ କରି ଗତକାଲି ରାତିରେ ଟୁଇଟ୍  କରିଛନ୍ତି । ଏଠି କହି ରଖିବୁ, ଶୁକ୍ରବାର ସୁପ୍ରିମ୍‌ କୋର୍ଟର ଓକିଲ ଇନ୍ଦିରା ଜୟସିଂହ ସୋନିଆ ଗାନ୍ଧିଙ୍କ ଉଦାହରଣ ଦେଇ କହିଥିଲେ,  ସେ ଯେମିତି ତାଙ୍କ ସ୍ୱାମୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଦେଇ ଥିଲେ ସେମିତି ନିର୍ଭୟା ମା’  କରିବା ଉଚିତ୍‌।

ସେପଟେ ଇନ୍ଦିରା ଜୟସିଂହଙ୍କ ଆବେଦନରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଆଶାଦେବୀ। ଇନ୍ଦିରା ଜୟସିଂହଙ୍କୁ ଭର୍ତ୍ସନା କରିବା ସହ ସେ ଏଭଳି ପ୍ରସ୍ତାବ ଦେବାର ଦୁଃସାହସ କିପରି କଲେ ବୋଲି ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ‘ଏପରି ନରରାକ୍ଷସଙ୍କୁ ମଁ କେବେହେଲେ କ୍ଷମା କରିପାରିବି ନାହିଁ। ଭଗବାନ ବି ଯଦି ଆସି କହିବେ ତେବେ ବି ମୁଁ ତାଙ୍କ କଥା ରଖି ପାରିବିନି।’  ଏଭଳି ବ୍ୟକ୍ତି ବଳାତ୍କାରକୁ ସମର୍ଥନ କରି ନିଜ ଜୀବନଯାପନ କରୁଛନ୍ତି, ଯେଉଁଥିପାଇଁ ଏଭଳି ଅପରାଧକୁ ରୋକାଯାଇପାରୁ ନାହିଁ।

ପଢନ୍ତୁ: ଆସନ୍ତାକାଲିଠାରୁ ବନ୍ଦ ଶିରିଡି ସାଇ ମନ୍ଦିର

ସମ୍ବନ୍ଧିତ ଖବର

ନିର୍ଭୟା ମାମଲାରେ ଆଜିି ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ ଉପରେ ସୁପ୍ରିମକୋର୍ଟର ଶୁଣାଣି

Ratnamani Maharana

୨୦୨୦ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ମୋଦୀଙ୍କ ଅହିଂସା ମନ୍ତ୍ର

Ratnamani Maharana

ବଜେଟ୍‌ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ ପିନ୍ଧିଲେ ହଳଦି ରଙ୍ଗର ଶାଢ଼ି

Ratnamani Maharana

ଆତଙ୍କବାଦୀଙ୍କ ଟାର୍ଗେଟରେ ମୋଦୀ-ଶାହା-ଡୋଭାଲ

Ratnamani Maharana

ଓଡିଶା ଆସିନି କରୋନା!

Ratnamani Maharana

୧୫ ଓଭର୍‌ କ୍ରିକେଟ୍‌ ମ୍ୟାଚ୍‌ରେ ୧୮ ରନ୍‌ କଲେ ପ୍ରଧାନ ବିଚାରପତି ବୋବଡ଼େ

Ratnamani Maharana