News

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ବିମାନର କ୍ୟାପଟେନ ଥିଲେ ଭାରତୀୟ

pilot

ଗତକାଲି ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ସୁମାତ୍ରାର ପଙ୍ଗକଲ୍ ପିନାଙ୍ଗ୍‌ ଯାଉଥିବା ଏକ ବିମାନ ସମୁଦ୍ରରେ ଖସିପଡ଼ିଥିଲା। ୧୮୯ ଜଣ ଯାତ୍ରୀଙ୍କୁ ନେଇ ଯାଇଥିବା ଲାଅନ୍‌ ଏୟାରର ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ ବିମାନଟି ସମୁଦ୍ରରେ ଖସି ପଡିଛି। ଏହି ବିମାନଟିକୁ ଜଣେ ଭାରତୀୟ ପାଇଲଟ୍‌ ଚଳାଉଥିଲେ ବୋଲି ଜଣାପଡିଛି।

pilot

ଦିଲ୍ଲୀରେ ରହୁଥିବା ଭବ୍ୟ ସୁନେଜା ଲାୟନ୍‌ ଏୟାରର ଏହି ବିମାନର ପାଇଲଟ୍‌ ଥିଲେ। ସୁନେଜା ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ରୁହନ୍ତି। ସେ ୨୦୧୧ରେ ଇଣ୍ଡୋନେସିଆର ଲାୟନ୍‌ ଏୟାର ସଂସ୍ଥାରେ ଯୋଗ ଦେଇଥିଲେ। ଏହିଠାରେ ହିଁ ସେ ବୋଇଂ ୭୩୭ ଚଳାଉଥିଲେ। ୩୧ ବର୍ଷୀୟ ସୁନେଜା ଖୁବ୍‌ଶୀଘ୍ର ଭାରତ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଥିଲା। କିନ୍ତୁ ଏବେ ସବୁ କିଛି ଓଲଟପାଲଟ ହୋଇଯାଇଛି।

ସୂଚନାଯୋଗ୍ୟ।, ଗତକାଲି ସକାଳେ ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ ବିମାନଟି ଉଡାଣ ଆରମ୍ଭ କରିଥିଲା। ଉଡାଣର ୧୩ ମିନିଟ ପରେ ବିମାନ ସହ ଆଉ ଯୋଗାଯୋଗ ହୋଇପାରି ନ ଥିଲା। ଏହାପରେ ସନ୍ଧାନ ଆରମ୍ଭ ହୋଇଥିଲା। ବିମାନରେ ୧୮୮ଙ୍କ ଯାତ୍ରୀଙ୍କ ମଧ୍ୟରେ ୧୭୮ ପ୍ରାପ୍ତ ବୟସ୍କ, ୩ ଜଣ ଶିଶୁ, ପାଇଲଟ୍‌ ଓ ୫ ଜଣ ପରିଚାଳକ ଥିଲେ। ବିମାନଟି ଦୁର୍ଘଟଣା ପରେ ସମୁଦ୍ରରେ ଭାସୁଥିବାର ଏକ ଦୃଶ୍ୟର ଭିଡିଓ ଇଣ୍ଡୋନେସିଆ ବିପର୍ଯ୍ୟୟ ଏଜେନ୍ସି ଟୁଇଟ୍‌ ଯୋଗେ ଜାରି କରିଛନ୍ତି।

ପଢନ୍ତୁ;ଚତୁର୍ଥ ଦିନିକିଆ : ରାଇଡୁଙ୍କ ଶତକ, ଭାରତ ୨୨୪ ରନରେ ଜିତିଲା

Related posts

ଜମ୍ମୁ-କଶ୍ମୀରର ଅଗରତାଲାରେ ପ୍ରତିଷ୍ଠା ହେବ ମହାକାଶ ଗବେଷଣା ପ୍ରଯୁକ୍ତ କେନ୍ଦ୍ର

ENO Beuro

ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଦ.ଆଫ୍ରିକା ରାଷ୍ଟ୍ରପତି

ENO Beuro

ଫ୍ରାନ୍ସର ବଡ଼ ନିଷ୍ପତି: ଜବତ କରିବ ମାସୁଦର ସମ୍ପତ୍ତି

ENO Beuro

Leave a Comment