News

ଇଣ୍ଡୋନେସିଆରେ ବିମାନ ଦୁର୍ଘଟଣା,୧୮୮ ଯାତ୍ରୀ ମୃତ ଆଶଙ୍କା

ଆଜି ସକାଳେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ସୁମାତ୍ରାର ପଙ୍ଗକଲ୍ ପିନାଙ୍ଗ୍‌ ଯାଉଥିବା ଏକ ବିମାନ ସମୁଦ୍ରରେ ଖସିପଡ଼ିଛି। ବିମାନଟି ସମୁଦ୍ରରେ ଖସି ପଡ଼ିଥିବା ନେଇ ଇଣ୍ଡୋନେସିଆର ସର୍ଚ୍ଚ ଆଣ୍ଡ ରେସ୍‌କ୍ୟୁ ଏଜେନ୍ସୀର ମୁଖପାତ୍ର ୟୁସୁଫ୍ ଲତିଫ୍ ସ୍ପଷ୍ଟ କରିଛନ୍ତି।

plane

ଉଡାଣର ୧୩ ମିନିଟ ପରେ ବିମାନ ସହ ଆଉ ଯୋଗାଯୋଗ ହୋଇପାରି ନ ଥିଲା। ଏହାପରେ ସନ୍ଧାନ ଆରମ୍ଭ ହୋଇଥିଲା। ବିମାନରେ ୧୮୮ଙ୍କ ଯାତ୍ରୀଙ୍କ ମଧ୍ୟରେ ୧୭୮ ପ୍ରାପ୍ତ ବୟସ୍କ, ୩ ଜଣ ଶିଶୁ, ପାଇଲଟ୍‌ ଓ ୫ ଜଣ ପରିଚାଳକ ଥିଲେ। ବିମାନଟି ଦୁର୍ଘଟଣା ପରେ ସମୁଦ୍ରରେ ଭାସୁଥିବାର ଏକ ଦୃଶ୍ୟର ଭିଡିଓ ଇଣ୍ଡୋନେସିଆ ବିପର୍ଯ୍ୟୟ ଏଜେନ୍ସି ଟୁଇଟ୍‌ ଯୋଗେ ଜାରି କରିଛନ୍ତି।

ବିମାନଟି ଖୋଜି ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ସମୁଦ୍ରରେ ବିମାନର କିଛି କିଛି ଅଂଶ ଭାସୁଥିବା ଦେଖିବାକୁ ମିଳିଛି। ଲାୟନ ଏୟାର ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ ସଂପର୍କରେ କୌଣସି ସୂଚନା ଦେବାକୁ ମନା କରି ଦେଛନ୍ତି। ତଥ୍ୟ ସଂଗ୍ରହ ଚାଲିଛି ବୋଲି ସେ କହିଛନ୍ତି।

ପଢନ୍ତୁ; ଜାନୁଆରୀରେ ନିର୍ଦ୍ଧାରଣ ହେବ ଅଯୋଧ୍ୟା ମାମଲାର ଶୁଣାଣି

Related posts

ଅଚଳ ନୋଟ୍ ପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଶ୍ରଦ୍ଧାଳୁ

ENO Beuro

ଇସ୍ତଫା ଦେଲେ ଉର୍ଜିତ ପଟେଲ୍

ENO Beuro

ମେଡିସିନ୍ ରେ ୨ ବୈଜ୍ଞାନିକଙ୍କୁ ନୋବେଲ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More