News

ଇଣ୍ଡୋନେସିଆ: ସୁନାମିରେ ଭାସିଗଲେ ୨୨୨,୮୦୦ରୁ ଅଧିକ ଲୋକ ଆହତ

indonesia

ଇଣ୍ଡୋନେସିଆ ଭଲ୍‌କାନୋରେ ଭୟଙ୍କର ସୁନାମୀ । ଏଥିରେ ୨୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଆଗ୍ନେୟଗିରି ଯୋଗୁ ଏହି ସୁନାମୀ ଆସିଥିବା କୁହାଯାଉଛି । ଶନିବାର ସ୍ଥାନୀୟ ସମୟ ରାତି ୯ଟା ୩୦ରେ ଢେଉ ଦକ୍ଷିଣ ସୁମିତ୍ରା ଓ ଜାଭାର ଅଗ୍ର ବେଳାଭୂମିକୁ ମାଡ଼ି ଆସିଥିଲା ।

ମାଡି ଆସିଲା ୨୦ ଫୁଟ ଊଚ୍ଚର ସମୁଦ୍ର ଜୁଆର

ସୁନାମୀ ଯୋଗୁ ଅନେକ ବାସଗୃହ ଓ ସରକାରୀ କାର୍ଯ୍ୟାଳୟ ଭାଙ୍ଗିରୁଜି ଯିବା ସହିତ ରାସ୍ତାଘାଟ ବନ୍ଦ ହୋଇଯାଇଛି। ଅନେକ ମାଛଧରା ଡଙ୍ଗା ସମୁଦ୍ର ଗର୍ଭରେ ନିଖୋଜ ରହିଥିବା କୁହାଯାଉଛି। ପୈନଦେଙ୍ଗଲୈଙ୍ଗ୍‌, ସେରାଙ୍ଗ୍‌ ଦକ୍ଷିଣ ଲାମ୍ପୁଙ୍ଗ୍‌ ଆଦି ଅଞ୍ଚଳ ସୁନାମୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।

indonesia

ଇଣ୍ଡୋନେସିଆର ପାଣିପାଗ ବିଜ୍ଞାନ ଏବଂ ଭୂଭୌତିକ ସଂସ୍ଥାର ବୈଜ୍ଞାନିକମାନେ କହିଛନ୍ତି, ଅନାକ କ୍ରୋକାଟେଆ ଜ୍ୱାଲାମୁଖୀ ଫାଟିବାରୁ ସମୁଦ୍ରର ଭୂପୃଷ୍ଠ ଦୋହଲି ଯାଇଛି । ଆମେ ଆଶା କରୁଛୁ ଯେ, ଏହା ହିଁ ସୁନାମୀର କାରଣ ହୋଇଥାଇପାରେ । ସେ କହିଛନ୍ତି, ପୂର୍ଣ୍ଣିମା ଅବସରରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ମଧ୍ୟ ଏମିତି ହୋଇଥିବା ଆଶା କରାଯାଉଛି ।

ସୂଚନାଯୋଗ୍ୟ, ୧୮୮୩ରେ ଏଠାରେ କୈକୋଟ୍‌ ଆଗ୍ନେୟଗିରୀରୁ ଅଗ୍ନି ଉଦ୍‌ଗୀରଣ ଯୋଗୁ ୧୫ରୁ ୨୦ ମିଟର ଉଚ୍ଚା ଜୁଆର ସ୍ଥଳଭାଗକୁ ମାଡ଼ି ଆସିଥିଲା। ଏଥିରେ ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ପଢନ୍ତୁ; ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା

Related posts

ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ହେମାମାଳିନୀ !

ENO Beuro

ବିନା ଚାଳକରେ ଟ୍ରାକରେ ୧୩କିଲୋମିଟର ଗଡିଲା ରେଳ, ବାଇକ୍‌ରେ ପିଛା କଲେ ଚାଳକ

ENO Beuro

ଆରମ୍ଭ ହେଲା ‘ସେଲଫି ଓ୍ଵିଥ୍ ସିଏମ’

ENO Beuro

Leave a Comment