News

ଇଣ୍ଡୋନେସିଆର ବାଲିଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ, ହାଇ ଆଲର୍ଟ ଜାରି କଲା ପ୍ରଶାସନ

ଇଣ୍ଡୋନେସିଆର ବାଲିଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ, ହାଇ ଆଲର୍ଟ ଜାରି କଲା ପ୍ରଶାସନ

ଇଣ୍ଡୋନେସିଆର ବାଲିରେ ଦେଖିବାକୁ ମିଳିଛି ଭୟଙ୍କର ଆଗ୍ନେୟଗିରି ଉଦ୍‌ଗୀରଣ। ତେବେ ପରିଣାମ ଭୀଷଣ ହୋଇପାରେ ବୋଲି ସୋମବାର ଦିନ ଅଧିକାରୀମାନେ ସତର୍କ ସୂଚନା ଜାରି କରିଛନ୍ତି। ଏଣୁ ସ୍ଥାନୀୟ ପ୍ରଶାସନ ଆଖପାଖ ଅଂଚଳ ଖାଲି କରିଥିବା ବେଳେ ହାଇ ଆଲର୍ଟ ଜାରି କରିଛି । ବଡ଼ ଧରଣର ବିସ୍ଫୋରଣର ଆଶଙ୍କା ଥିବାରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ।

ବାଲି ଉପ ଦ୍ୱୀପରେ ଥିବା ଅଙ୍ଗଙ୍ଗ୍ ପର୍ବତର ଶୀର୍ଷରୁ ବାହାରୁଛି ନିଆଁ । ଏଣୁ ପର୍ବତର ଚଉହଦି ୧୦ କିଲୋମିଟର ଯାଏ ଅଞ୍ଚଳ ଛାଡ଼ି ଦୂରକୁ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାର ଠାରୁ ଆଗ୍ନେୟଗିରିରୁ ବଡ଼ ବଡ଼ ଧୂଆଁ କୁଣ୍ଡଳୀ ବାହାରୁଛି ।

ସୋମବାର ସକାଳେ ଘନ ଧୂସର ରଙ୍ଗର ଏହି ୩୪୦୦ ଫୁଟ୍ ଉଚ୍ଚକୁ ଧୁଆଁ ଉଠୁଛି । ନିଆଁ ଓ ଧୁଆଁ ବ୍ୟାପିବାରେ ଲାଗିଛି ଆଖପାଖ ଅଂଚଳକୁ । ସେପଟେ ନିଆଁର ପରିମାଣ ଖୁବ ଅଧିକ ହୋଇଥିବାରୁ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଅଗ୍ନି ଉଦଗୀରଣ ବ୍ୟତୀତ ସ୍ଥାନୀୟ ଅଞ୍ଚଳରେ କମ୍ପନ ମଧ୍ୟ ଅନୁଭୂତ ହୋଇଛି । ମଙ୍ଗଳବାର ଠାରୁ ପର୍ବତ ଆଖପାଖରେ ବସବାସ କରୁଥିବା ୨୫ ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ କ୍ୟାମ୍ପକୁ ନିଆଯାଇଛି । ବେଳେ ବେଳେ କମ୍‌ ଶବ୍ଦ ସହ ଗଳିତ ଧାତୁ ବାହାରି ଆସୁଥିବା କଥା ନ୍ୟାସ୍‌ନାଲ୍‌ ବୋର୍ଡ ଫର୍‌ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଫେସ୍‌ବୁକ୍‌ରେ ଲେଖିଛି।

ଅଗ୍ନି ଉଦଗୀରଣ ଯୋଗୁ ବାଲିଦ୍ୱୀପର ରାଜଧାନୀ ଦେନ୍ପାସାର୍‌ ଠାରେ ଥିବା ବିମାନ ବନ୍ଦର ବନ୍ଦ କରି ଦିଆଯାଇଛି । ଯେଉଁ କାରଣରୁ ହଜାର ହଜାର ପର୍ଯ୍ୟଟକ ଏୟାରପୋର୍ଟରେ ଫସିରହିଛନ୍ତି ।

୧୯୬୩ରେ ଶେଷ ଥର ପାଇଁ ଆଗଙ୍ଗ୍‌ ପର୍ବତ ଶୃଙ୍ଗରେ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଥିଲା । ଏଥିଯୋଗୁଁ ୧୬୦୦ ଲୋକ ମରିଥିଲେ । ଚଳିତ ଲାଭା ଉଦଗୀରଣରେ ବର୍ତମାନ ସୁଦ୍ଧା ମୃତାହତର କୌଣସି ସୂଚନା ମିଳିନାହିଁ । ତେବେ ଭୂତତ୍ୱବିତଙ୍କ କହିବା ଅନୁଯାୟୀ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଅଙ୍ଗଙ୍ଗ୍ ପର୍ବତରେ ଉଦଗୀରଣ ଜାରି ରହିବ ।

ପଢନ୍ତୁ, ବିଶ୍ଵପ୍ରସିଦ୍ଧ ବରଗଡ ଧନୁଯାତ୍ରାର କଂସ ଭୂମିକା ପାଇଁ ଆଜି ପ୍ରାର୍ଥୀ ଚୟନ ଅଡିସନ

Related posts

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ: ମନ୍ତ୍ରୀଙ୍କ ବାସଭବନ ଘେରିଲେ ଏବିଭିପି

ENO Beuro

ଆଉ ଥରେ ଖୋଲାଯିବ ରତ୍ନଭଣ୍ଡାର 

ENO Beuro

ପୂର୍ବତନ ସାଂସଦ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି ସୋମନାଥ ଚାଟାର୍ଜିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Jitendra

1 comment

Leave a Comment