News

ସୁପ୍ରିମ କୋର୍ଟରେ ନୂତନ ମହିଳା ବିଚାରପତି ଭାବେ ଇନ୍ଦୁ ମଲୋହୋତ୍ରା ଅନୁମୋଦିତ!

ଇନ୍ଦୁ ମଲୋହୋତ୍ରା ହେବେ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି

କେନ୍ଦ୍ର ସରକାର ସୁପ୍ରିମକୋର୍ଟ କଲେଜିୟମର ସୁପାରିସ ଅନୁଯାୟୀ ସିନିୟର ଆଡଭୋକେଟ ଇନ୍ଦୁ ମାଲହୋତ୍ରାଙ୍କୁ ବିଚାରପତି ହେବାର ମାନ୍ୟତା ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟରେ ଇନ୍ଦୁ ଓକିଲରୁ ସିଧାସଳଖ ବିଚାରପତି ହେବାରେ ପ୍ରଥମ ମହିଳା ହେବେ।ସୁପି୍ରମକୋର୍ଟ କଲେଜିୟମର ସୁପାରିସ ଆଧାରରେ ସରକାର ମାଲହୋତ୍ରାଙ୍କ ନାମକୁ ଅନୁମୋଦନ କରିଛନ୍ତି। ତେବେ ଛତିଶଗଡ ହାଇକୋର୍ଟ ବିଚାରପତି କେଏମ୍‌ ଯୋଶେଫଙ୍କ ନାମକୁ ସରକାର ଅନୁମୋଦନ କରି ନାହାନ୍ତି।

ସୁପ୍ରିମକୋର୍ଟରେ ଜଷ୍ଟିସ ଆର୍‌. ଭାନୁମତିଙ୍କ ପରେ ଇନ୍ଦୁ ଦ୍ୱିତୀୟ ମହିଳା ବିଚାରପତି ହେବାର ଗୌରବ ଲାଭ କରିବେ। ଏହି ଘଟଣା ପରେ ସରକାର ନ୍ୟାୟମୂର୍ତ୍ତି କେ.ଏମ୍‌. ଯୋଶେଫଙ୍କ ପଦୋନ୍ନତି ରୋକିବାକୁ ସ୍ଥିର କରିଛନ୍ତି। ନ୍ୟାୟମୂର୍ତ୍ତି ଯୋଶେଫ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ସୂଚନା ଅନୁଯାୟୀ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଇନ୍ଦୁଙ୍କ ନିଯୁକ୍ତିକୁ ନେଇ ସରକାର ନେଇଥିବା ନିଷ୍ପତ୍ତି କଥା ଲେଖିବେ ବୋଲି ଜଣାପଡିଛି।

ପଢନ୍ତୁ; ସଙ୍କଟରେ ଇମରାନ୍ ଙ୍କ ତୃତୀୟ ବିବାହ

Related posts

ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ENO Beuro

ସୁପ୍ରିମ୍‌କୋର୍ଟ: ସାବରିମାଳା ମନ୍ଦିରରେ ମହିଳା କରିବେ ପ୍ରବେଶ

ENO Beuro

ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

ENO Beuro

1 comment

Leave a Comment