News

ଅନ୍ଧତ୍ୱ ଦୂରିକରଣ ଦିଗରେ ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ, ଇନଫିନାଇଟ ଫାକୋ ଯନ୍ତ୍ର ର ଉଦ୍‌ଘାଟନ

ରାଜ୍ୟରେ ମୋତିଆ ବିନ୍ଦୁ ଏବଂ ମଧୁମେହ ଜନିତ ଅନ୍ଧତ୍ୱ ଦୂରିକରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି ।ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଚକ୍ଷୁ ବିଭାଗରେ ଏକ ଅତ୍ୟାଧୁନିକ ଇନଫିନାଇଟ୍‌ ଫିକୋ ମେସିନ୍‌ ଓ ଡ୍ରପ୍‌ ମୋବାଇଲ ଆପ୍‌ ଉଦ୍‌ଘାଟିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ଏହି ଯନ୍ତ୍ରକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଛନ୍ତି । 

ଏହି ଅବସରରେ ଶ୍ରୀ ଜେନା କହିଲେ, ଖୁବଶୀଘ୍ର ଏସ୍‌ସିବି, ଏମ୍‌କେସିଜି ଓ ଭିମ୍‌ସାରେ ଏହି ସୁବିଧା ଉପଲବ୍ଧ ହେବ। ଦେଶର ୧/୨ଟି ରାଜ୍ୟକୁ ଛାଡ଼ି ଦେଲେ ଓଡ଼ିଶା ଏହି ସୁବିଧା ଲୋକଙ୍କୁ ମିଳିପାରିବ। ଯାହାକି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କରିପାରିଛି। ରାଜ୍ୟରେ ଅନ୍ଧତ୍ୱ ଦୂରୀକରଣ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ୨୦୨୨ସୁଦ୍ଧା ରାଜ୍ୟରେ ୨୫ପ୍ରତିଶତ ଅନ୍ଧତ୍ୱ ଦୂରୀକରଣ ପାଇଁ ଏକ କମିଟି ଗଠନ କରାଯାଇଛି। ଆସନ୍ତା ୨୫ ତାରିଖରେ ଏହାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀ ଜେନା କହିଥିଲେ।

ସାଧାରଣତଃ ମଧୁମେହ ରୋଗୀମାନଙ୍କର ରେଟିନା ଆକ୍ରାନ୍ତ ହୋଇ ନଷ୍ଟ ହେବା କାରଣରୁ ଦୃଷ୍ଟି ହିନତାର ଶିକାର ହୋଇ ଥାଆନ୍ତି । ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରେଟିନାରେ ‘ରାନିବିଜୁମାବ୍’ ନାମକ ଏକ ଇଂଜେକ୍ସନ ଦେବାକୁ ପଡେ । ଏହା କେବଳ ସ୍ୱଳ୍ପ ସଂଖ୍ୟକ ଘରୋଇ ଡାକ୍ତରଖାନା ମାନଙ୍କରେ ଉପଲବ୍ଧ । ଏହି ରୋଗକୁ ଭଲ କରିବାକୁ ଘରୋଇ ଡାକ୍ତରଖାନା ମାନଙ୍କରେ ପ୍ରାୟ ୪୦ ହଜାରରୁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ । ମାତ୍ର ରାଜ୍ୟ ସରକାରଙ୍କ ତରଫରୁ କ୍ୟାପିଟାଲ ହସପିଟାଲରେ ଏହି ଚିକିତ୍ସା ମାଗଣାରେ ଉପଲବ୍ଧ ହେବ । ଫଳରେ ଅନେକ ମଧୁମେହ ରେଟିନୋପାଥି ରୋଗୀ ଉପକୃତ ହୋଇ ପାରିବେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ ଆର ପି ଶର୍ମା ଉପସ୍ଥିତ ଥିଲେ। ପ୍ରାରମ୍ଭରେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି ଆର୍‌ ଦାସ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଚକ୍ଷୁ ବିଭାଗର ବିଭାଗୀୟ ମୁଖ୍ୟ ମମତା ମିଶ୍ର ଧନ୍ୟବାଦ ଦେଇଥିଲେ। 

ଅନ୍ଧତ୍ୱ ଦୂରିକରଣ ଦିଗରେ ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ, ଇନଫିନାଇଟ ଫାକୋ ଯନ୍ତ୍ର ର ଉଦ୍‌ଘାଟନ   ଅନ୍ଧତ୍ୱ ଦୂରିକରଣ ଦିଗରେ ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ, ଇନଫିନାଇଟ ଫାକୋ ଯନ୍ତ୍ର ର ଉଦ୍‌ଘାଟନ

ଜାଣନ୍ତୁ କ୍ରିକେଟ ର ପୂର୍ବତନ ଅଧିନାଯକ ଧୋନୀ ଙ୍କ ବିଷୟରେ

Related posts

ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’,୧୦୦ ରୁ ୧୩୫ କିମି ରହିବ ପବନର ବେଗ

Krishna Kumar Manoj

ଜମ୍ମୁ-କାଶ୍ମୀର:ଆତଙ୍କବାଦୀ ଆକ୍ରମଣ,୪ ବିଏସ୍‌ଏଫ୍‌ ଯବାନ ସହିଦ

Krishna Kumar Manoj

ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କ ପରଲୋକ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More