ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
କଟକ ସହରରେ ତାଲିବାନୀ ଶାସନର ନଗ୍ନ ନମୂନା । ଉଦ୍ଧାର ଟଙ୍କା ନଫେରାଇବାରୁ ଯୁବକଙ୍କୁ ୨ କିଲୋମିଟର ସ୍କୁଟି ପଛରେ ବାନ୍ଧି ଦୌଡ଼ାଇଲେ କଟକର ୨ଜଣ ଯୁବକ । ଏହି ଘଟଣାକୁ ପ୍ରତିରୋଧ କରିବାରୁ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଥିଲେ ଦୁର୍ବୃତ୍ତ ।
କଟକ ସହରରେ ତାଲିବାନୀ ଶାସନର ନଗ୍ନ ନମୂନା । ଉଦ୍ଧାର ଟଙ୍କା ନଫେରାଇବାରୁ ଯୁବକଙ୍କୁ ୨ କିଲୋମିଟର ସ୍କୁଟି ପଛରେ ବାନ୍ଧି ଦୌଡ଼ାଇଲେ କଟକର ୨ଜଣ ଯୁବକ । ଏହି ଘଟଣାକୁ ପ୍ରତିରୋଧ କରିବାରୁ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଥିଲେ ଦୁର୍ବୃତ୍ତ । ସୂଚନାମୁତାବକ ଗଞ୍ଜେଇ କିଣିବାକୁ ଟାଙ୍କା ନେଇ ନଫେରାଇବାରୁ ଏଭଳି ଦଣ୍ଡ ଦେଇଥିବା ଜଣାପଡ଼ିଛି । ରବିବାର ସଂଧ୍ୟା ସାଢେ ୬ଟା ସମୟର ଘଟଣା । ମିସନ୍ରୋଡ୍ସ୍ଥିତ ଶୈଳବାଳା ମହିଳା କଲେଜରୁ ବକ୍ସିବଜାର ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ଯୁବକଙ୍କ ହାତକୁ ଦଉଡ଼ିରେ ବାଇକ୍ ପଛରେ ବାନ୍ଧି ଦିଆଯାଇଥିଲା । ବାଇକ୍ରେ ବସିଥିବା ଦୁଇଜଣ ଯୁବକ ତାଙ୍କୁ ଟାଣି ନେଉଥିଲେ । ଯୁବକଜଣକ ବାଇକ୍ ପଛରେ ଧଇଁସଇଁ ହୋଇ ଦୌଡ଼ୁଥିବା ବେଳେ ଦୁଇ ଯୁବକ ମାରଣାସ୍ତ୍ର ଧରି ସମସ୍ତଙ୍କୁ ଭୟଭୀତ କରି ଗାଡ଼ି ଚଲାଉଥିଲେ । ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ଚଣ୍ଡୀଛକରୁ ବାପ୍ଟିଷ୍ଟ ଚର୍ଚ୍ଚ ପାଖ ଗଳି ଦେଇ ସୂତାହାଟ ଆଡକୁ ଦୁଇ ଯୁବକ ନେଇଯାଇଥିଲେ । ସୂତାହାଟ ଛକରେ କିଛିଲୋକ ସେମାନଙ୍କୁ ଅଟକାଇ ପଚାରିବାରୁ ଯୁବକଦ୍ବୟ କହିଥିଲେ, ‘ସେ ଗଞ୍ଜେଇ କିଣିବାକୁ ଆମଠାରୁ ୧୦ ହଜାର ଟଙ୍କା ଧାର୍ ନେଇଥିଲା ।
୨ମାସ ହେବ ଟଙ୍କା ନଦେବାରୁ ଆମେ ତାକୁ ଏମିତି ଦଣ୍ଡ ଦେଉଛୁ ।’ ସ୍ଥାନୀୟ ଲୋକେ ଏହାର ପ୍ରତିରୋଧ କରିଥିଲେ। ମାତ୍ର, ‘ଆମ ଟଙ୍କା ଫେରାଇ ଦିଅ, ଆମେ ତାକୁ ଛାଡି ଦେବୁ, ନହେଲେ ହଟିଯାଅ’ ବୋଲି କହି ଦୁଇ ଯୁବକ ମାରଣାସ୍ତ୍ର ଦେଖାଇଥିଲେ । ଫଳରେ, ଲୋକମାନେ ଭୟଭୀତ ଅବସ୍ଥାରେ ଦୂରେଇ ଯାଇଥିଲେ । ଏହାପରେ, ସମ୍ପୃକ୍ତ ଯୁବକଙ୍କୁ ସେମିତି ଦୌଡ଼ାଇ ଦୌଡ଼ାଇ ଓଡ଼ିଆବଜାର ଆଡ଼କୁ ନେଇଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଯୁବକଙ୍କୁ ବାନ୍ଧି ନେଉଥିବା ବାଇକ୍ର ନମ୍ବର ପ୍ଲେଟ୍ ଅଧା ଭାଙ୍ଗିଯାଇଥିବା କିଛି ସ୍ଥାନୀୟ ଲୋକ କହିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।