• Home
  • News
  • ଢେଲା ମାଡରେ ଅହିରାଜ ଅସୁସ୍ଥ, ଏବେ ଓୟୁଏଟିରେ ଚିକିଶ୍ଚିତ, ୭ଦିନ ରହିବ ଅବଜରଭେସନରେ
News

ଢେଲା ମାଡରେ ଅହିରାଜ ଅସୁସ୍ଥ, ଏବେ ଓୟୁଏଟିରେ ଚିକିଶ୍ଚିତ, ୭ଦିନ ରହିବ ଅବଜରଭେସନରେ

ଅହିରାଜ ଭଳି ବିଷାକ୍ତ ସାପ କାମୁଡିଲେ ମଣିଷ ମରିବା ସୁନିଶ୍ଚିନ୍ତ । ସେଭଳି ଏକ ଅହିରାଜ ଏବେ ନିସ୍ତେଜ ଭାବରେ ପଡିଛି । ତାର ସେ ଭୟଙ୍କର ରୂପ ନାହିଁ । ଅହିରାଜଟିର ଦାନ୍ତ ମାଢି ଭାଙ୍ଗିଯାଇଛି । ପିଠିରେ ଷ୍ଟିଚ୍ କରାଯାଇଛି । ସେ ଫଣା ଟେକି ପାରୁନାହିଁ । ଏବେ ଓୟୁଏଟିର ଚିକିଶ୍ଚିତ । ତାକୁ ଅତି କମ୍ ରେ ୭ଦିନ ଅବଜରଭେସନ ଭିତରେ ରଖାଯିବ ବୋଲି ବିଶେଷଜ୍ଞ ପ୍ରଫେସର ଇନ୍ଦ୍ରମଣି  ନାଥ କହିଛନ୍ତି ।

ଶୁକ୍ରବାର ସକାଳେ ଖୋର୍ଦ୍ଧା ଫରେଷ୍ଟ ଡିଭିଜନ ରଣପୁର ରେଞ୍ଜର ଖଣ୍ଡିଆବନ୍ଧ ଗାଁର କିଛି ସ୍କୁଲ ଛାତ୍ର ୧୦ ଫୁଟିଆ ଏହି ଅହିରାଜଟିକୁ ଗୋଟିଏ ଆମ୍ବଗଛରେ ଚଢୁଥିବା ଦେଖିବାକୁ ପାଇଥିଲେ । ପିଲାଙ୍କ ଡାକରାରେ ଗ୍ରାମବାସୀ ଏକାଠି ହୋଇ ଢେଲା ମାରି ଅହିରାଜକୁ ଗଛରୁ ତଳକୁ ଖସାଇ ଦେଇଥିଲେ । ଖବରପାଇ ରଣପୁର ରେଞ୍ଜ ଅଧିକାରୀ ପ୍ରସନ୍ନ ବିଶ୍ୱାଳ ସେଠାରେ ପହଂଚି ସାପଟିକୁ ସ୍ନେକ୍ ହେଲପ ଲାଇନ ସଦସ୍ୟ ଅଜୟ କୁମାର ଦାସ ଓ ଦୀପକ ମୁକାର ସାହୁଙ୍କ ସହାୟତାରେ ଉଦ୍ଧାର କରି ରଣପୁର ପଶୁ ଡାକ୍ତରଙ୍କ ସହାୟତାରେ ପିଠି କ୍ଷତରେ ଷ୍ଟିଚ୍ ପକାଇଥିଲେ । ପରବର୍ତି ଚିକିତ୍ସା ପାଇଁ ଓୟୁଏଟି ଅଣାଯାଇଥିଲା । ଏଠାରେ ସାପର ଏକ୍ସରେ କରାଯାଇ ତାର ବାମ ମାଢି ଭାଙ୍ଗିଯାଇଥିବା ଜଣାପଡ଼ିଥିଲା ।

ପ୍ରାଣୀ ଚିକିସ୍ଛା ବିଭାଗର ମୁଖ୍ୟ ସର୍ଜରୀ ପ୍ରଫେସର ଡ଼ଃ ଇନ୍ଦ୍ରମଣି ନାଥ, ଆସିଷ୍ଟାଣ୍ଟ ପ୍ରଫେସର ବିଶ୍ଵଦୀପ ଜେନା ଓ ସିଦ୍ଧାର୍ଥ ଶଙ୍କର ବେହେରା ପ୍ରମୁଖ ଅହିରାଜର ଚିକିସ୍ଛା କରିଥିଲେ ।

 

ଢେଲା ମାଡରେ ଅହିରାଜ ଏବେ ନିସ୍ତେଜ, ଏବେ ଓୟୁଏଟିରେ ଚିକିଶ୍ଚିତ ୭ଦିନ ରହିବ ଅବଜରଭେସନରେ  ଢେଲା ମାଡରେ ଅହିରାଜ ଅସୁସ୍ଥ, ଏବେ ଓୟୁଏଟିରେ ଚିକିଶ୍ଚିତ, ୭ଦିନ ରହିବ ଅବଜରଭେସନରେ

ପଢନ୍ତୁ, ଭାରତର ଏହି ବିଖ୍ୟାତ ବ୍ୟକ୍ତି ମାନଙ୍କୁ ସୀମାପାରେ ରହୁଥିବା ପାକିସ୍ତାନୀଙ୍କ ସହ ହୋଇଥିଲା ପ୍ରେମ

Related posts

ବହୁବିବାହ, ନିକାହ ହଲାଲା ପ୍ରସଙ୍ଗ : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

Krishna Kumar Manoj

ସୁନା ଗହଣାର ମାନ ବିଷୟରେ ସଠିକ୍ ସୂଚନା ପାଇଁ ସରକାରଙ୍କ ନୂଆ ଯୋଜନା

Krishna Kumar Manoj

ହେୟାର ସ୍ପା’ରେ ଚାଲିଥିଲା ସେକ୍ସ ର‍୍ୟାକେଟ୍‌, ଧରାହେଲେ ୩ ଦେହଜୀବୀ ଓ ୫ ଗ୍ରାହକ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More