News

ଢେଲା ମାଡରେ ଅହିରାଜ ଅସୁସ୍ଥ, ଏବେ ଓୟୁଏଟିରେ ଚିକିଶ୍ଚିତ, ୭ଦିନ ରହିବ ଅବଜରଭେସନରେ

By ENO Beuro

October 28, 2017

ଅହିରାଜ ଭଳି ବିଷାକ୍ତ ସାପ କାମୁଡିଲେ ମଣିଷ ମରିବା ସୁନିଶ୍ଚିନ୍ତ । ସେଭଳି ଏକ ଅହିରାଜ ଏବେ ନିସ୍ତେଜ ଭାବରେ ପଡିଛି । ତାର ସେ ଭୟଙ୍କର ରୂପ ନାହିଁ । ଅହିରାଜଟିର ଦାନ୍ତ ମାଢି ଭାଙ୍ଗିଯାଇଛି । ପିଠିରେ ଷ୍ଟିଚ୍ କରାଯାଇଛି । ସେ ଫଣା ଟେକି ପାରୁନାହିଁ । ଏବେ ଓୟୁଏଟିର ଚିକିଶ୍ଚିତ । ତାକୁ ଅତି କମ୍ ରେ ୭ଦିନ ଅବଜରଭେସନ ଭିତରେ ରଖାଯିବ ବୋଲି ବିଶେଷଜ୍ଞ ପ୍ରଫେସର ଇନ୍ଦ୍ରମଣି  ନାଥ କହିଛନ୍ତି ।

ଶୁକ୍ରବାର ସକାଳେ ଖୋର୍ଦ୍ଧା ଫରେଷ୍ଟ ଡିଭିଜନ ରଣପୁର ରେଞ୍ଜର ଖଣ୍ଡିଆବନ୍ଧ ଗାଁର କିଛି ସ୍କୁଲ ଛାତ୍ର ୧୦ ଫୁଟିଆ ଏହି ଅହିରାଜଟିକୁ ଗୋଟିଏ ଆମ୍ବଗଛରେ ଚଢୁଥିବା ଦେଖିବାକୁ ପାଇଥିଲେ । ପିଲାଙ୍କ ଡାକରାରେ ଗ୍ରାମବାସୀ ଏକାଠି ହୋଇ ଢେଲା ମାରି ଅହିରାଜକୁ ଗଛରୁ ତଳକୁ ଖସାଇ ଦେଇଥିଲେ । ଖବରପାଇ ରଣପୁର ରେଞ୍ଜ ଅଧିକାରୀ ପ୍ରସନ୍ନ ବିଶ୍ୱାଳ ସେଠାରେ ପହଂଚି ସାପଟିକୁ ସ୍ନେକ୍ ହେଲପ ଲାଇନ ସଦସ୍ୟ ଅଜୟ କୁମାର ଦାସ ଓ ଦୀପକ ମୁକାର ସାହୁଙ୍କ ସହାୟତାରେ ଉଦ୍ଧାର କରି ରଣପୁର ପଶୁ ଡାକ୍ତରଙ୍କ ସହାୟତାରେ ପିଠି କ୍ଷତରେ ଷ୍ଟିଚ୍ ପକାଇଥିଲେ । ପରବର୍ତି ଚିକିତ୍ସା ପାଇଁ ଓୟୁଏଟି ଅଣାଯାଇଥିଲା । ଏଠାରେ ସାପର ଏକ୍ସରେ କରାଯାଇ ତାର ବାମ ମାଢି ଭାଙ୍ଗିଯାଇଥିବା ଜଣାପଡ଼ିଥିଲା ।

ପ୍ରାଣୀ ଚିକିସ୍ଛା ବିଭାଗର ମୁଖ୍ୟ ସର୍ଜରୀ ପ୍ରଫେସର ଡ଼ଃ ଇନ୍ଦ୍ରମଣି ନାଥ, ଆସିଷ୍ଟାଣ୍ଟ ପ୍ରଫେସର ବିଶ୍ଵଦୀପ ଜେନା ଓ ସିଦ୍ଧାର୍ଥ ଶଙ୍କର ବେହେରା ପ୍ରମୁଖ ଅହିରାଜର ଚିକିସ୍ଛା କରିଥିଲେ ।

 

ପଢନ୍ତୁ, ଭାରତର ଏହି ବିଖ୍ୟାତ ବ୍ୟକ୍ତି ମାନଙ୍କୁ ସୀମାପାରେ ରହୁଥିବା ପାକିସ୍ତାନୀଙ୍କ ସହ ହୋଇଥିଲା ପ୍ରେମ