ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ : ‘କରଂଜ’

ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ଆଇଏନ୍‌ଏସ୍‌ ‘କରଂଜ’

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ ସ୍କର୍ପିନ ଶ୍ରେଣୀର ଆଉ ଏକ ବୁଡାଜାହାଜ। ଆଜି ବମ୍ବେର ମଜଗାଓଁ ଡକ୍‌ରେ ସ୍କର୍ପିନ ଶ୍ରେଣୀର ତୃତୀୟ ବୁଡାଜାହାଜ ଆଇଏନ୍‌ଏସ୍‌ ‘କରଂଜ’ ନୌସେନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ସୁନୀଲ ଲାମ୍ବା ଉପସ୍ଥିତ ରହିବେ। ସବୁଠାରୁ ବଡ କଥା ହେଲା ‘କରଂଜ’ ସ୍ବଦେଶୀ ଜ୍ଞାନ କୌଶଳରେ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ନିର୍ମାଣ କରାଯାଇଛି।

୧୯୬୯ ମସିହା ସେପ୍ଟେମ୍ବର ମାସ ୪ ତାରିଖରେ ପୁରୁଣା ‘କରଞ୍ଜ’ ନୌବାହିନୀରେ ସାମିଲ କରାଯାଇଥିଲା। ତାହା ୨୦୦୩ ମସିହା ଅଗଷ୍ଟ ପହିଲା ଦିନ ଅବସର ଗ୍ରହଣ କରିଥିଲା। ତାହା ଦେଶ ପାଇଁ ଦୀର୍ଘ ୩୪ ବର୍ଷ ସେବା କରିବା ସହ ୧୯୭୧ ମସିହା ଯୁଦ୍ଧ ଅଭିଯାନରେ ଭାଗ ନେଇଥିଲା।

କଲଓ୍ବରି ପରେ ‘କରଂଜ’ର ଶକ୍ତି ଦେଖି ଶତ୍ରୁ ନିଶ୍ଚତ ଭାବେ ଭୟଭୀତ ହେବେ। ବିଶେଷ କରି ପାକିସ୍ତାନ ଓ ଚାଇନା ‘କରଂଜ’କୁ ନେଇ ଚିନ୍ତାରେ ପଡିଯିବେ। ‘କରଂଜ’ ଯେକୌଣସି ଯୁଦ୍ଧ ପରିସ୍ଥିତିର ସାମ୍ନା କରିବାର କ୍ଷମତା ରଖିଛି। ଏହା ଟର୍ପିଡୋ ଓ ଆଣ୍ଟି ସିପ୍‌ ମିଶାଇଲ୍‌ ଆକ୍ରମଣ ମଧ୍ୟ କରିପାରିବ। ଏହା ଶତ୍ରୁକୁ ଆକ୍ରମଣ କରି ଖୁବ୍‌ ସହଜରେ ଖସି ଆସିବାରେ ସକ୍ଷମ ହୋଇପାରିବାର କ୍ଷମତା ରଖିଛି।

ଏଥିର ଥିବା ଆଧୁନିକ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଛପି ରହିଛି  ଉନ୍ନତ କୌଶଳ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦୀ ଅସ୍ତ୍ର କ୍ଷେପଣ କ୍ଷମତା। ପାଣିରେ ଡୁବି ରହିଥିବା ବେଳେ କିଂବା ଭାସମାନ ଅବସ୍ଥାରେ ଥିବାବେଳେ ଏଥିରୁ ଟର୍ପେଡୋରେ ଆକ୍ରମଣ କରି ହେବ।

ଏଇ ବୁଡ଼ାଜାହାଜର ହାରାହାରି ଲମ୍ବ ୬୭. ୫ ମିଟର ଲମ୍ବ ଏବଂ ଉଚ୍ଚତା ପ୍ରାୟ ୧୨. ୩ ମିଟର।

ପଢନ୍ତୁ ;

ଆପଣ ଜାଣିଛନ୍ତି କି ? ଉପବାସ କରିବା ଦ୍ଵାରା ବଢିଥାଏ ବୟସ ! ଜାଣନ୍ତୁ ଉପବାସ ଦ୍ଵାରା ମିଳୁଥିବା ଉପକାରିତା ବିଷୟରେ

କଲଓ୍ବରି ପରେ ‘କରଂଜ’ର ଶକ୍ତି ଦେଖି ଶତ୍ରୁ ନିଶ୍ଚତ ଭାବେ ଭୟଭୀତ ହେବେ - 4.5

89%

ଏଥିର ଥିବା ଆଧୁନିକ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଛପି ରହିଛି  ଉନ୍ନତ କୌଶଳ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦୀ ଅସ୍ତ୍ର କ୍ଷେପଣ କ୍ଷମତା। - 4.1

82%
4.3/5

Very Good!

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ : ‘କରଂଜ’

ଶତ୍ରୁକୁ ସାମ୍ନା କରିବାକୁ ଭାରତୀୟ ନୌସେନାରେ ସାମିଲ ହେବ ସ୍କର୍ପିନ ଶ୍ରେଣୀର ଆଉ ଏକ ବୁଡାଜାହାଜ। ଆଜି ବମ୍ବେର ମଜଗାଓଁ ଡକ୍‌ରେ ସ୍କର୍ପିନ ଶ୍ରେଣୀର ତୃତୀୟ ବୁଡାଜାହାଜ ଆଇଏନ୍‌ଏସ୍‌ ‘କରଂଜ’ ନୌସେନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ସୁନୀଲ ଲାମ୍ବା ଉପସ୍ଥିତ ରହିବେ। ସବୁଠାରୁ ବଡ କଥା ହେଲା ‘କରଂଜ’ ସ୍ବଦେଶୀ ଜ୍ଞାନ କୌଶଳରେ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ନିର୍ମାଣ କରାଯାଇଛି।

No Votes Yet

You're not rated yet