ରାତି ଅନିଦ୍ରା ରହିଲେ କ’ଣ ହୁଏ ଏବୋଂ ଏହାର ନିରାକାର ପାଇଁ କ’ଣ କରିବେ ଜାଣନ୍ତୁ

ଏବେ ଲୋକମାନେ ବହୁ କାରଣରୁ ରାତି ଅନିଦ୍ରା ର ଶିକାର ହେଉଛନ୍ତି । କାମର ଚାପ, ପରିବର୍ତ୍ତିତ ଜୀବନଶୈଳୀ, ପାଣିପାଗରେ ଅସନ୍ତୁଳନ ତଥା ଆଦି ଏହାର ମୁଖ୍ୟ କାରଣ । ଇନ୍ଟରନେଟ, ସୋସିଆଲ୍‌ ମିଡିଆ ଓ ସ୍ମାର୍ଟ ମୋବାଇଲ୍‌ ଫୋନର ବହୁଳ ବ୍ୟବହାରକୁ ମଧ୍ୟ ନଜର ଅନ୍ଦାଜ କରିହେବନାହିଂ ।  ଏହାର ପ୍ରତିକୂଳ ପ୍ରଭାବ ରହିଥିବା ସତ୍ତ୍ୱେ ମୁଖ୍ୟତଃ ଯୁବବର୍ଗ ରାତିସାରା ଏସବୁରେ ବ୍ୟସ୍ତ ରହିବାକୁ ପସନ୍ଦ କରୁଛନ୍ତି ।

ରାତି ଅନିଦ୍ରା ରହିଲେ କ’ଣ ହୁଏ :

  • ଦୀର୍ଘଦିନ ଧରି ରାତି ଅନିଦ୍ରା ରହିଲେ ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥାଏ ଓ ହର୍‌ମୋନ୍‌ ସନ୍ତୁଳନ ବାଧାପ୍ରାପ୍ତ ହୋଇଥାଏ । ଏଥିରୁ ଅନ୍ୟାନ୍ୟ ରୋଗ ସବୁ ଜନ୍ମ ନେଇଥାଏ ।
  • ରାତି ଅନିଦ୍ରା ରହିଲେ ଆପଣଙ୍କୁ ଥକ୍କା ଲାଗିବ, ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ଲାଗିବ, କାମରେ ମନ ଲାଗିବନି, ଚିଡଚିଡା ସ୍ଵଭାବ ହେବ ।
  • ବୟସ୍କ ଲୋକ, ମାନସିକ ରୋଗୀ, ଅତ୍ୟଧିକ ଆବେଗପ୍ରବଣ ବ୍ୟକ୍ତି, ବିଳମ୍ବିତ ରାତି ଯାଏ କାମ କରୁଥିବା ଲୋକ ଏବଂ ଦିନର ବିଭିନ୍ନ ସମୟରେ ବିକ୍ଷିପ୍ତ ଭାବେ ଯାତ୍ରା କରୁଥିବା ଲୋକ ଏଥିପ୍ରତି ଧ୍ୟାନ ଦେବା ଉଚିତ ।

ରାତି ଅନିଦ୍ରାର ନିରାକରଣ :

  • ଏହି ରୋଗରୁ ମୁକ୍ତି ପାଇବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।
  • ଯୋଗ, ପ୍ରାଣାୟମ କିମ୍ବା ପ୍ରତିଦିନ କିଛି ବ୍ୟାୟାମ କରିବା ଉଚିତ ।
  • ନିଶାଦ୍ରବ୍ୟ ସେବନ ପରିହାର ସହିତ ଶୋଇବା ସମୟ ଓ ଖାଦ୍ୟ ଶୈଳୀ ପରିବର୍ତ୍ତନ କରିବା ଆବଶ୍ୟକ ।
  • ଏହି ରୋଗ ନିରାକରଣର ମୂଳ ମନ୍ତ୍ର ହେଉଛି ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିପଡ଼ିବା । ଏହାଦ୍ୱାରା ଫୁର୍ତି ଲାଗିବ ଓ ନିଜପାଇଁ ବହୁତ ସମୟ ମିଳିବ ।

ରାତି ଅନିଦ୍ରା ରହିଲେ କ’ଣ ହୁଏ ଏବୋଂ ଏହାର ନିରାକାର ପାଇଁ କ’ଣ କରିବେ ଜାଣନ୍ତୁ

ପଢନ୍ତୁ, ଘରକାମରେ ସ୍ତ୍ରୀଲୋକମାନଙ୍କୁ ପୁରୁଷମାନେ ସାହାଯ୍ୟ କରିବା ଉଚିତ, ଏହାଦ୍ୱାରା କ’ଣ ହୁଏ ଜାଣନ୍ତୁ

Related posts

ଜାଣନ୍ତୁ କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ !

ENO Beuro

ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ ଆମ୍ବ ଟାକୁଆ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ପେଟ ରୋଗକୁ ଦୂର କରିଥାଏ “ବେଲ ପଣା” ! ଜାଣନ୍ତୁ ଏହା ଆଉ କେଉଁ ରୋଗ ପାଇଁ ରାମବାଣ ସଦୃଶ୍ୟ କାମ କରିଥାଏ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More