EnewsOdia.Com

ଏବେଠୁ ଅନ୍‌ଲାଇନ୍‌ରେ ମିଳିବ ଲର୍ଣ୍ଣସ୍ ଲାଇସେନ୍ସ

ଗତ କିଛିମାସ ହେବ ସାରା ଭାରତରେ ଲାଗୁ ହୋଇଛି ନୂଆ ଯାନବାହାନ ଆଇନ। ଏହି ଆଇନ ପାଇଁ ବହୁସଂଖ୍ୟକ ଲୋକ ମୋଟ  ଅଙ୍କର ଅର୍ଥ ତଣ୍ଡ ମଧ୍ୟ ଗଣିଛନ୍ତି। ତେବେ ଭବିଷ୍ୟତରେ ଯେପରି ଆଉ କେବେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ନପଡେ ସେଥିଲାଗି ସଚେତନ  ହୋଇଗଲେଣି ଲୋକ। ତେବେ ଏଥି ପାଇଁ ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ନହିନଥିବା ଭିଡ ଦେଖିବାକୁ ମିଳୁଛି। ଏହି ପ୍ରକ୍ରିୟାକୁ ଆଉ ଟିକିଏ ସହଜ କରିଦେଇଛନ୍ତି ସରକାର। ଏବେ ଆଉ ଲର୍ଣ୍ଣସ ଲାଇସେନ୍ସ ପାଇଁ ଘଣ୍ଟାଘଣ୍ଟା ଧରି ଆର୍‌ଟିଓ ଅଫିସରେ ଛିଡ଼ା ହେବାକୁ ପଡ଼ିବ ନାହିଁ। କାରଣ ଏବେ ଅନ୍‌ଲାଇନରେ ଟେଷ୍ଟ୍ ଦେଇ ତତ୍‌କ୍ଷଣାତ୍ ଲର୍ଣ୍ଣସ ଲାଇସେନ୍ସ(ଏଲ୍ଏଲ୍) ହାସଲ କରିହେବ।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି ଯେ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କୁ ଏଣିକି ଲର୍ଣ୍ଣସ ଲାଇସେନ୍ସ ପାଇଁ ଆରଟିଓ ଅଫିସ ଯିବାକୁ ପଡ଼ିବ ନାହିଁ । ସେମାନେ ଅନଲାଇନରେ ନିଜର ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରିବା ପରେ ୧୦ଟି ପ୍ରଶ୍ନରୁ ୬ଟିର ସଠିକ୍ ଉତ୍ତର ଦେଇ ତତକ୍ଷଣାତ ଲର୍ଣ୍ଣସ ଲାଇସେନ୍ସ ପାଇପାରିବେ।ଏହାକୁ ଆବେଦନକାରୀ ମଧ୍ୟ ସଙ୍ଗେସଙ୍ଗେ ଡାଉନଲୋଡ୍ କରିପାରିବେ। ରାଜ୍ୟ ସରକାର ମଧ୍ୟ ଆବେଦନକାରୀଙ୍କ ସୁବିଧା ପାଇଁ ଟଚସ୍କ୍ରିନ୍ ସୁବିଧା ଥିବା କମ୍ପ୍ୟୁଟର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବସାଇବାକୁ ଯାଉଛନ୍ତି।

ପଢନ୍ତୁ: ‘ଆଧାର’ ଲିଙ୍କ୍ ନହେଲେ ଏପ୍ରିଲରୁ ବନ୍ଦ ହେବ ଭତ୍ତା

 

ସମ୍ବନ୍ଧିତ ଖବର

ଏମିତି ଦୟନୀୟ ସ୍ଥିତିରେ ସୀମାନ୍ତ ଜଗିଛନ୍ତି ଭାରତୀୟ ଯବାନ

Ratnamani Maharana

ନାଗରିକତା ଆଇନ ବିରୋଧରେ ସ୍ୱର ଉଠାଇବାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ନବୀନଙ୍କୁ ଚିଠି

Ratnamani Maharana

ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Ratnamani Maharana

ଆଜି ଅଯୋଧ୍ୟାରେ ହେବ ଦୀପୋତ୍ସବ, ୫ ଲକ୍ଷ ୫୧ ହଜାର ଦୀପ ଲଗାଯାଇ କରାଯିବ ବିଶ୍ୱରେକର୍ଡ

Ratnamani Maharana

କରୋନା ଭୟରେ ଚିକେନ ଶସ୍ତା

Ratnamani Maharana

ଆଧାର କାର୍ଡ ନଥିଲେ ପାଠ ପଢ଼ିବା ମନା !

Ratnamani Maharana