News

ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ

Challan 660x450 090219105932

ସେପ୍ଟେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ ହେବାପରେ ସାରା ଦେଶ ତଥା  ରାଜ୍ୟରେ ହଜାର ହଜାର ଟଙ୍କା ଜରିମାନା ଆକାରରେ ଗଣିଲେଣି ଲୋକେ । ମାତ୍ର ୫ ଦିନର ନିୟମରେ ଅଥୟ ହୋଇଗଲେଣି ଲୋକେ । ଘରୁ ବାହାରିବା ମାତ୍ରେ ଟଙ୍କା ଗଣିବା ପାଇଁ ପଡ଼ୁଛି । ଗାଡ଼ି ବାହାର କଲେ ପକେଟ୍ ଖାଲି ହୋଇଯାଉଛି । ନୂଆ ସଂଶୋଧିତ ମୋଟର ଯାନ ଆଇନକୁ କୋହଳ କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ । ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରାଯିବ ।  ବିଭିନ୍ନ ପ୍ରକାର ଫାଇନ୍ ଆଦାୟ ବଦଳରେ ଗୋଟିଏ ଫାଇନ୍ ଆଦାୟ କଲେ ଲୋକଙ୍କ ପାଇଁ ସୁବିଧା ହେବ ।

ବିଭିନ୍ନ ପ୍ରକାର ଜୋରିମାନା ଆଦାୟ ପରେ ଚାରିଆଡ଼େ ବିଦ୍ରୋହର ସ୍ୱର ଉଠୁଛି । ଜରିମାନା ଆଦାୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଆମ ରାଜ୍ୟରେ ହିଁ ନିୟମ ଉଲ୍ଲଂଘନ କରି ଅଧିକ ଜରିମାନା ଦେଇଛନ୍ତି ଲୋକେ । ମାତ୍ର ୪ ଦିନ ଭିତରେ ଜରିମାନା ବାବଦରେ ଗାଡି ଚାଳକଙ୍କଠାରୁ ୮୮ ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ କରିଛି ଓଡିଶା । ରାଜ୍ୟରେ ଅଟୋଚାଳକମାନେ ଅଧିକ ଫାଇନ୍ ଭରିଲେଣି ।

ପଢନ୍ତୁ: ଏବେ ୫୯ମିନିଟ୍‌ରେ ମିଳିବ ହୋମ ଲୋନ୍‌ ଏବଂ ପର୍ସନାଲ ଲୋନ୍‌

Related posts

ବର୍ଷା ପାଇଁ ବାତିଲ ହେଲା ପରୀକ୍ଷା

ENO Beuro

ପୋଖରୀପୁଟ ଡିଏଭି ସ୍କୁଲର ଡ୍ୟାନ୍ସ ଶିକ୍ଷକଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ

Ratnamani Moharana

ଆନ୍ଧ୍ର-ଓଡିଶା ମିଳିତ ରଣନୀତି: ମାଓ କ୍ୟାମ୍ପ ଧ୍ଵଂସ ଯୋଜନା ପ୍ରସ୍ତୁତ

ENO Beuro