• Home
  • News
  • ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା
News

ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା

ଜାତିଆଣ ଭେଦାଭାବ ଦୂରୀକରଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନ୍ୟ ଜାତିରେ ବିବାହ ନିମନ୍ତେ ପୂର୍ବରୁ ଥିବା ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶିକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଏନେଇ ସୂଚନା ଦେଇଛନ୍ତି । ଜାତିଆଣ ଭେଦାଭାବ ରୋକିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆଜି ଏସ୍‌ସି, ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ହିନ୍ଦୁ ଧର୍ମର ଅନ୍ୟ ଜାତିର ବ୍ୟକ୍ତି ବିବାହ କଲେ, ସେହି ଦଂପତି ଏହି ଆର୍ଥିକ ସହାୟତାର ସୁଯୋଗ ଲାଭ କରିପାରିବେ। ଏଥିପାଇଁ କୌଣସି ଆର୍ଥିକ ରୋଜଗାର କଟକଣା ରହିବ ନାହିଁ। ନିୟମ ମୁତାବକ ଏହି ଅନ୍ତଃଜାତିର ଦଂପତି ସହାୟତା ପାଇଁ ଆବେଦନ କରିବାକୁ ହେବ।

୨୦୦୭ରେ ରାଜ୍ୟ ସରକାର ଏଭଳି ବିବାହ ପାଇଁ ପ୍ରୋତ୍ସାହନ ରାଶିକୁ ୧୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ ।

ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା  ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା

ଯାଣନ୍ତୁ ସପୁରୀର ଉପକାରୀ ଗୁଣ ବିଷୟରେ

Related posts

ଯୁବପିଢ଼ିଙ୍କୁ ଘାରିଛି ସେଲ୍‌ଫି ନିଶା ! ସେଲ୍‌ଫି ଉଠାଉଥିବା ଯୁବକଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍‌

Krishna Kumar Manoj

ବିଜୟ ମାଲ୍ୟାଙ୍କୁ ଝଟକା,ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ!

ବାସୁଦେବପୁରରେ ଓଲଟିଲା ବସ୍‌, ୧୫ଜଣ ଯାତ୍ରୀ ଆହତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More