News

ଏଏଡି ଇଣ୍ଟରସେପ୍ଟରର ସଫଳ ପରୀକ୍ଷା

ଭାରତୀୟ ପ୍ରତିରକ୍ଷା ବିଭାଗକୁ ପୁଣି ଏକ ସଫଳତା ମିଳିଛି। ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ଵୀପର ୪ନମ୍ବର ଲଞ୍ଚ ପ୍ୟାଡ଼ରୁ ଭାରତ ଗୁରୁବାର ପୂର୍ବାହ୍ନରେ ସୁପରସୋନିକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏୟାର ଡ଼ିଫେନ୍ସ ଇଣ୍ଟରସେପ୍ଟର ମିସାଇଲର ଏହା ୧୭ତମ ପରୀକ୍ଷଣ ବୋଲି କୁହାଯାଇଛି। ପାରାଦ୍ୱୀପ ଓ କୋଣାର୍କରେ ଅବସ୍ଥାପିତ ହୋଇଥିବା ରାଡାରରେ ଏହି ପରୀକ୍ଷଣର ଗତିବିଧିକୁ ଲକ୍ଷ୍ୟ କରାଯାଇଥିଲା।

ଏହି ପରୀକ୍ଷଣ ସମୟରେ ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ର ନିର୍ଦେଶକ ବିନୟ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ବୈଜ୍ଞାନିକଙ୍କ ସମେତ ବହୁ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ ନିଜସ୍ୱ ଜ୍ଞାନକୌଶଳରେ ତିଆରି କରି ବିଶ୍ୱ ଦରବାରରେ ଭାରତ ୪ର୍ଥ ସ୍ଥାନ ଗ୍ରହଣ କରିଛି। ପୂର୍ବରୁ ଆମେରିକା ପ୍ରଥମ, ରୁଷ ଦ୍ୱିତୀୟ ଏବଂ ଇସ୍ରାଏଲ ତୃତୀୟରେ ସ୍ଥାନରେ ଥିବା ଜଣାପଡିଛି।

ସୂଚନାଯୋଗ୍ୟ,ଏଏଡି ମିସାଇଲ ହେଉଛି ଉନ୍ନତ ବାୟୁରକ୍ଷା କ୍ଷେପଣାସ୍ତ୍ରର ଏକ ନୂତନ ସଂସ୍କରଣ। ମିସାଇଲର ଓଜନ ୧୨ଟନ ହୋଇଥିବା ବେଳେ ଓସାର ୧ଫୁଟ ୮ଇଞ୍ଚ୍‌। ଏହାର ନିିର୍ଦ୍ଧାରିତ ଗତି ଘଣ୍ଟାକୁ ୩ହଜାର ୪୨୨ମାଇଲ ଥିବାବେଳେ ଏହା ୧୨୦ କିମି ଦୂରତା ଅତିକ୍ରମ କରିବ। ଏହି ମିସାଇଲ ଏକ ପର୍ଯ୍ୟାୟୀ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ।

ପଢନ୍ତୁ;ଆମ ଗାଁ ଆମ ବିକାଶ:୧୨୩ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨୫.୪୦ କୋଟି

Related posts

ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Moharana

ପୁଲୱାମା ସହିଦ ଦୁଇ ଓଡିଆଙ୍କୁ ସହାୟତା ଦେଲେ ଓଲିଉଡ ଷ୍ଟାର ଅର୍ଦ୍ଧେନ୍ଦୁ

ENO Beuro

ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବ ଝାରସୁଗୁଡା ବିମାନ ବନ୍ଦର

ENO Beuro

Leave a Comment